Latest Odisha News

BREAKING NEWS

ଗୋଟିଏ ମଣ୍ଡପରେ ବିବାହ କଲେ ମାଆ ଝିଅ !

ଲକ୍ଷ୍ନୌ: ଚକିତକର ତଥା ଅବିଶ୍ୱସନୀୟ, ତଥାପି ସତ । ଏକାଠି ଗୋଟିଏ ମଣ୍ଡପରେ ବିବାହ କଲେ ମାଆ ଓ ଝିଅ । ଗୁରୁବାର ଉତ୍ତରପ୍ରଦେଶ ଗୋରଖପୁରରେ ଏଭଳି ବିବାହ ଖୁବ ଚର୍ଚ୍ଚାରେ ରହିଛି । ପରସ୍ପରଙ୍କ ଜୀବସାଥୀ ସହ ଛନ୍ଦି ହୋଇଥିଲେ ୫୩ ବର୍ଷୀୟା ମାଆ ଓ ୨୭ ବର୍ଷୀୟା ଝିଅ ।

ଉଭୟ ମାଆ ଓ ଝିଅ ଏକାଠି ଗୋଟିଏ ମଣ୍ଡପ ଓ ଏକା ସମୟରେ ବିବାହ କରିଥିଲେ । ମହିଳା ଜଣକ ବିଧବା ହୋଇଥିଲାବେଳେ ନିଜ ସ୍ୱର୍ଗତ ସ୍ୱାମୀଙ୍କ ସାନଭାଇ ସହ ବିବାହ କରିଥିଲେ । ଏକ ସାମୁହିକ ବିବାହରେ ବୟସ୍କ ମହିଳା ଜଣକ ବିବାହ କରିଥିଲାବେଳେ ଉପସ୍ଥିତ ଥିଲେ ସ୍ଥାନୀୟ ବିଡିଓ ।

ମହିଳାଙ୍କ ପରିଚୟ ବେଲି ଦେବୀ । ହରିହର ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିବା ପରେ ତାଙ୍କ ଔରସରୁ ଜନ୍ମିଥିଲେ ତିନୋଟି ଝିଅ ଓ ଦୁଇଟି ପୁଅ । ୨୫ ବର୍ଷ ପୂର୍ବରୁ ନିଜ ସ୍ୱାମୀଙ୍କୁ ହରାଇଥିବା ମହିଳାଙ୍କର ସାନ ଝିଅ ଇନ୍ଦୁ ହିଁ ବିବାହ କରିନଥିଲା । ମହିଳା ଜଣକ ବହୁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ଯେ, ସାନଝିଅର ବିବାହ ପରେ ସେ ବି ବିବାହ କରିବେ ।

ଏଥିପାଇଁ ସେ ଜୀବନସାଥୀ ରୂପେ ନିଜ ଦିଅର ଜଗଦୀଶଙ୍କୁ ବାଛିଥିଲେ । ଗୋଟିଏ ମଣ୍ଡପରେ ଝିଅ ଇନ୍ଦୁ ଓ ମାଆ ବେଲି ଦେବୀ ବିବାହ କରିଥିଲେ । ବେଲି ଦେବୀଙ୍କ ଦିଅର ଅବିବାବାହିତ ଥିଲାବେଳେ ଦୁହେଁ ଏକ ନୂଆ ଜୀବନ ଆରମ୍ଭ କରିବାକୁ ବେଶ ଉତ୍ସାହିତ ଥିଲେ । ଅନ୍ୟପଟେ ବେଲି ଦେବୀଙ୍କ ସହ ଜଗଦୀଶଙ୍କ ବିବାହକୁ ନେଇ ତାଙ୍କ ସନ୍ତାନସନ୍ତତିଙ୍କର ମଧ୍ୟ କୌଣସି ଆପତ୍ତି ନଥିଲା । ସତରେ କେତେ ନିଆରା ଏହି ଅନନ୍ୟ ସମ୍ପର୍କ ।

Leave A Reply

Your email address will not be published.