Latest Odisha News

BREAKING NEWS

ନିଖୋଜର ତିନି ଦିନ ପରେ ବାଳିଆପାଳ ଅଞ୍ଚଳ ନାବାଳିକାଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲିଆପାଳ ଥାନା ଅଞ୍ଚଳରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ସୁନ୍ଦରକୋଇଲି ଗାଁର ଏକ ପୋଖରୀ ହୁଡ଼ାରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ବୟସ ୭ ବର୍ଷ ହେବ । ଗତ ଶୁକ୍ରବାରଠାରୁ ସେ ନିଖୋଜ ଥିଲେ ।

ବହୁ ଖୋଜାଖୋଜି ପରେ ଝିଅକୁ ନପାଇବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ନିଖୋଜର ତିନି ଦିନ ପରେ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟାକାଣ୍ଡ ସନ୍ଦେହ କରି ଖୋଳତାଡ କରୁଛି ବାଲିଆପାଳ ଥାନା ପୋଲିସ । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ସେନେଇ କିଛି ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.