ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କ ବିଜୟ ଉପରେ ବାଜିଲା ଆନୁଷ୍ଠାନିକ ମୋହର । ଇଲେକ୍ଟୋରାଲ କଲେଜ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ତାଙ୍କୁ ଆନୁଷ୍ଠାନିକ ଭାବରେ ଚୟନ କରିଛି । ଜୋ ବାଇଡେନ୍ ଦେଶର ୫୦ଟି ରାଜ୍ୟରୁ ୩୦୬ଟି ଇଲେକ୍ଟୋରାଲ୍ ଭୋଟ୍ ପାଇଛନ୍ତି । ଆମେରିକାରେ ରାଷ୍ଟ୍ରପତି ନିର୍ବାଚିତ ହେବାକୁ ଜଣେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ୍ ଭୋଟ୍ ଆବଶ୍ୟକ । ବହୁମତ ସହ ଜୋ ବାଇଡେନ ବିଜୟୀ ହୋଇଥିବାରୁ ଆସନ୍ତା ଜାନୁଆରୀ ୨୦ତାରିଖରେ ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ । କମଲା ହାରିସ ହେବେ ଉପରାଷ୍ଟ୍ରପତି ।
ଆସନ୍ତା ଜାନୁଆରୀ ୬ତାରିଖରେ କଂଗ୍ରେସର ମିଳିତ ଅଧିବେଶନରେ ବାଇଡେନଙ୍କୁ ଆନୁଷ୍ଠାନିକ ଭାବରେ ସଦସ୍ୟ ଗଣନା କରାଯିବ । ଉପରାଷ୍ଟ୍ରପତି ମାଇକ ପେନ୍ସ ଏହାର ଅଧ୍ୟକ୍ଷତା କରିବେ । ଏହାପରେ ବିଡେନଙ୍କୁ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର ରାସ୍ତା ଖୋଲିବ । ଆମେରିକା ଆଇନ ଅନୁସାରେ, ଡିସେମ୍ବର ଦ୍ୱିତୀୟ ବୁଧବାର ପରେ ପ୍ରଥମ ସୋମବାର ଦିନ ନିର୍ବାଚନ ମଣ୍ଡଳ ବୈଠକ ବସିବ । ଏହି ଦିନ ସମସ୍ତ ୫୦ ଟି ରାଜ୍ୟ ଏବଂ କଲମ୍ବିଆ ଜିଲ୍ଲାର ଚୟନକର୍ତ୍ତାମାନେ ଭୋଟ୍ ଦେବାକୁ ଏକତ୍ରିତ ହୋଇଥାଆନ୍ତି ।
ଇଲେକ୍ଟୋରାଲ କଲେଜର ବିଧିବଦ୍ଧ ଘୋଷଣା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଇନଗତ ଲଢ଼େଇର ପୂର୍ଣ୍ଣଚ୍ଛେଦ ପଡ଼ିଛି । ଗତ ନଭେମ୍ବର ୩ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲେ ।
BREAKING NEWS
- ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ଼ ହିଂସା ଘଟଣା…
- ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ଶିଶୁପୁତ୍ର ଜନ୍ମ
- Puri Temple:ଶ୍ରୀମନ୍ଦିରରୁ ଧରାପଡିଲେ ଫେକ୍ ଆର୍ମି ଅଫିସର
- CM Vijay Photo Row: ସ୍କୁଲ୍ କ୍ଲାସରୁମ୍ରେ ବିଜୟଙ୍କ ଫଟୋ ଲଗାଇ ରିଲ୍ସ! TVKକୁ ଟାର୍ଗେଟ୍ କଲେ ଅନ୍ନାମଲାଇ
- ନ୍ୟାୟ ମାଗି ନିରାଶ ହେଲେ ଯୁବକ!ଥାନା ଆଗରେ ଜୀବନ ହାରିଲେ
- ସକାଳୁ ଦୁଇଟି ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା; ଚାଲିଗଲା ଜୀବନ
- CM Performs Yoga: “ମୋବାଇଲ୍ ଛାଡ଼, ମ୍ୟାଟ୍ ଧର”, ଅନ୍ତର୍ଜାତୀୟ ଯୋଗ ଦିବସରେ ଯୁବପିଢିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଆହ୍ବାନ
- Compressed Bio-Gas: ଭୁବନେଶ୍ୱରରେ ୧୭୫ କୋଟିର ବାୟୋ-ଗ୍ୟାସ ପ୍ଲାଣ୍ଟ, ଅଳିଆରୁ ବାହାରିବ ସବୁଜ ଇନ୍ଧନ!
- PM-KISAN ସହାୟତା, ଓଡ଼ିଶାର ୩୪ ଲକ୍ଷ ଚାଷୀଙ୍କ ଖାତାକୁ ଆସିଲା ୬୯୨ କୋଟି ଟଙ୍କା
- Meloni blasts Trump: ମୁହାଁମୁହିଁ ମେଲୋନି-ଟ୍ରମ୍ପ, ତେଜିଲା ବାକ୍ ଯୁଦ୍ଧ…ସୋସିଆଲ ମିଡିଆରେ ବର୍ଷିଲେ ଇଟାଲୀୟ ପ୍ରଧାନମନ୍ତ୍ରୀ

Comments are closed.