Latest Odisha News

BREAKING NEWS

ଅମିତ ଶାହାଙ୍କ ବଙ୍ଗଳା ମିଶନ; କୃଷକ ପରିବାର ସହିତ ଖୀରି ଖାଇଲେ ଆଉ ଫଟୋ ବି ଉଠାଇଲେ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ମେଦିନାପୁରର ଜଣେ କୃଷକ ସନାତନ ସିଂଙ୍କ ଘରେ ଭୋଜନ ଗ୍ରହଣ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା, ବଙ୍ଗଳା ବିଜେପି ସଭାପତି ଦିଲୀଶ ଘୋଷ, କୈଲାଶ ବିଜୟଭର୍ଗିଆ ସନାତନ ସିଂଙ୍କ ଘରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିଥିଲେ।

ଅମିତ ଶାହାଙ୍କୁ କୃଷକ ସନାତନ ସିଂଙ୍କ ଘରେ ଦୁଇ ପ୍ରକାର ଚାଉଳ, ଆଲୁ ଭାଜି, ପାରୱାଲ ଭଜା, ଖଜୁର୍‌ ରସଗୁଲା ଏବଂ ଖୀରି ପରିବେଷଣ କରାଯାଇଥିଲା। ଅମିତ ଶାହା କୃଷକ ସନାତନ ସିଂଙ୍କ ଘରେ ଭୂଇଁ ଉପରେ  ଅନ୍ୟ ବିଜେପି ନେତାଙ୍କ ସହ ବସି ଖାଇଥିଲେ। ଏହି ସମୟରେ କୃଷକ ସନାତନ ସିଂ ମଧ୍ୟ ଅମିତ ଶାହାଙ୍କ ପାଖରେ ବସିଥିବା ଦେଖିବାକୁ ମିଳିଥିଲା।

ସନାତନ ସିଂ ବିଜେପି ନେତାଙ୍କ ସହ ଭୋଜନ କରିଥିଲେ। ପରିବାରର ମହିଳାମାନେ ଅମିତ ଶାହାଙ୍କ ସମେତ ସମସ୍ତ ବିଜେପି ନେତାଙ୍କୁ ଖାଦ୍ୟ ପରିବେଷଣ କରିଥିଲେ। ଭୋଜନ ପରେ ଅମିତ ଶାହାଙ୍କ ସମେତ ଅନ୍ୟ ବିଜେପି ନେତାମାନେ ମଧ୍ୟ କୃଷକ ପରିବାର ସହିତ ଫଟୋ ଉଠାଇଥିଲେ।

Comments are closed.