ଭୁବନେଶ୍ୱର: ଖସୁଛି ପାରଦ । ଥରୁଛି ସାରା ଓଡ଼ିଶା । ଫୁଲବାଣୀରୁ ଅନୁଗୁଳ, କୋରାପୁଟରୁ ବାରିପଦା । ଦକ୍ଷିଣରୁ ଉପକୂଳ, ପୁଣି ପଶ୍ଚିମରୁ ଉତ୍ତର ଓଡ଼ିଶା । ସବୁଠି ଏବେ ଶୀତର ରାଜ । ସାରା ରାଜ୍ୟରେ ପ୍ରବଳ ଥଣ୍ଡା । ୫.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଶୀତଳ ସହର ପାଲଟିଛି ।
୧୦ ଡିଗ୍ରୀ ତଳେ ରାଜ୍ୟର ୯ଟି ସହରର ସର୍ବନିମ୍ନ ତାପମାତ୍ରା ରହିଛି । ଝାରସୁଗୁଡ଼ା ୭.୬, ଅନୁଗୁଳ ୮.୬, ଦାରିଙ୍ଗବାଡ଼ି ୯ , ବାରିପଦା ୮.୫, କୋରାପୁଟ ୮.୬, କେନ୍ଦୁଝର ୯.୫, ଭବାନୀପାଟଣା ୯.୨ ଓ ବଲାଙ୍ଗିର ୯.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରିଛି ପାଣିପାଗ କେନ୍ଦ୍ର ।
#୧୧ଡ଼ିଗ୍ରୀ ତଳେ #୧୧ସହରରେ ପାରଦ
୫.୫ ଡିଗ୍ରୀ ସହ #ଫୁଲବାଣୀ ଓଡ଼ିଶାର ଥଣ୍ଡା ସହର, #ଝାରସୁଗୁଡା ୭.୬ #ଅନୁଗୁଳ ୮.୬ #ଦାରିଙ୍ଗବାଡି ୯.୦ #ବାରିପଦା ୮.୫ #କୋରାପୁଟ ୮.୬ #ଭବାନୀପାଟଣା ୯.୨ #ବଲାଙ୍ଗୀର ୯.୪ #କେନ୍ଦୁଝର ୯.୫ #ବୌଦ୍ଧ ୧୦.୫ #ତାଳଚେର ୧୦.୬ଡ଼ିଗ୍ରୀ #କଟକ ୧୧ଡ଼ିଗ୍ରୀ ଏବଂ #ଭୁବନେଶ୍ୱର ଠାରେ ୧୩.୯ ଡ଼ିଗ୍ରୀ pic.twitter.com/JL8xw6mMNk— Meteorological Centre, Bhubaneswar (@mcbbsr) December 20, 2020
ସେହିପରି କେନ୍ଦୁଝରରେ ୯.୫, ବୌଦ୍ଧ ୧୦.୫, ତାଳଚେର ୧୦.୬, କଟକରେ ୧୧ ଓ ଭୁବନେଶ୍ୱରରେ ୧୩.୯ ଡିଗ୍ରୀ ରହିଛି ପାରଦ । ରାଜ୍ୟରେ ଆଜି ୧-୨ ଡିଗ୍ରୀ ଯାଏ ତାପମାତ୍ରା ହ୍ରାସ ପାଇଛି । ପାଣିପାଗ ବିଭାଗ କହିଛି, ଆଉ କିଛି ଦିନ ଏଭଳି ଶୀତ ଲହରି ଜାରି ରହିବ ।
Comments are closed.