Latest Odisha News

କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ଯୋଜନାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଓ ପାରାଦୀପ ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ 5T ସଚିବ ଭି. କେ. ପାଣ୍ଡିଆନ୍ । ତାଙ୍କ ସହ ପରିବହନ କମିଶନର ବି ଅଛନ୍ତି । ପାରାଦୀପ ପଟରୁ ଏକ ବୋଟେ ଯୋଗେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳିରେ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦ ଅଞ୍ଚଳ ବୁଲି ଦେଖିଛନ୍ତି ମୁଖ୍ୟ ଶାସନ ସଚିବ ଓ ଫାଇଭ ଟି ସଚିବ ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ ଏକ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ, ଫାଇଭ ଟି ସଚିବଙ୍କ ସମେତ ପ୍ରତିନିଧି ଦଳ ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ପ୍ରସ୍ତାବିତ ବନ୍ଦର ମହାନଦୀ ସଂଲଗ୍ନ ୩୦୦ ଏକର ଅଂଚଳରେ ପ୍ରତିଷ୍ଠା ପାଇଁ ଯୋଜନା ରହିଛି ।
ପିପିପି ମୋଡରେ ବାର୍ଷିକ ୫୪ ମେଟ୍ରିନ ଟନ୍ କ୍ଷମତା ବିଶିଷ୍ଟ ନଦୀ ଭିତ୍ତିକ ବନ୍ଦର ନିର୍ମାଣ କରାଯିବ । ଏଥିପାଇଁ ବ୍ୟୟ ଅଟ୍ଟକଳ ରହିଛି ୪ ହଜାର ୬୨ କୋଟି ଟଙ୍କା । ଯାହାର ୨୨ ମେଟ୍ରିକ୍ ଟନ୍ କ୍ଷମତା ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ଏଥିପାଇଁ ଖର୍ଚ୍ଚ ହେବ ୨ହଜାର ୫୬୨ କୋଟି ଟଙ୍କା  ।
ପ୍ରକଳ୍ପ ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକ ରେଳ ଯୋଗାଯୋଗ, ସଡ଼କ ସଂଯୋଗ ଆଦି ଦାୟିତ୍ୱ ପାରୀଦୀପ ପୋର୍ଟ ଟ୍ରଷ୍ଟକୁ ଦିଆଯାଇଛି । ପ୍ରକଳ୍ପ ପାଇଁ ଆବଶ୍ୟକ ସ୍ଥଳେ ଅତିରିକ୍ତ ଜମି ଯୋଗାଇ ଦେବେ ବୋଲି ରାଜ୍ୟ ସରକାର କହିଛନ୍ତି । ଆଖଡାଶାଳିରେ ହେବାକୁ ଯାଉଥିବା ବନ୍ଦର ସବୁଦିନିଆ ବହୁମୁଖୀ ସେବା ଯୋଗାଇବ । ୨୦୧୮ ମସିହାରେ ରାଜ୍ୟ ସରକାର ମହାନଦୀ ବନ୍ଦର ସ୍ଥାପନ ନେଇ ନିଷ୍ପତ୍ତି ନେବା ସହ ଆରଏଫକ୍ୟୁ ପ୍ରକାଶ କରିଥିଲେ ।
ଏହି ନଦୀ ଭିତ୍ତିକ ବନ୍ଦର କାର୍ଯ୍ୟକ୍ଷମ ହେଲେ ପ୍ରଥମ ପର୍ଯ୍ୟାୟରେ ୪୦୦୦ରୁ ଅଧିକ ଓ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୧୭୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବ । ଆଜି ମୁଖ୍ୟ ଶାସନ ସଚିବ ଓ ଫାଇଭ ଟି ସଚିବଙ୍ଗ ଗସ୍ତ ବେଳେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପାରାଦୀପ ପୋର୍ଟ ଅଧ୍ୟକ୍ଷ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.