Latest Odisha News

BREAKING NEWS

କିଭଳି ରହିବ ଅଯୋଧ୍ୟାରେ ନିର୍ମିତ ମସଜିଦ, ଦେଖନ୍ତୁ ଝଲକ

ଲକ୍ଷ୍ନୌ: ଗତ ବର୍ଷ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଉତ୍ତରପ୍ରଦେଶରେ ରାମ ମନ୍ଦିର ଓ ମସଜିଦ ନିର୍ମାଣ ପାଇଁ ବାଟ ଫିଟିଥିଲା।

ଏବେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦର ପ୍ରକଳ୍ପ ପାଇଁ ପ୍ରଥମ ସ୍ଥାପତ୍ୟ ଯୋଜନା ପ୍ରକାଶ କରିଯାଉଥିବା ବେଳେ ଆସନ୍ତା ବର୍ଷ ଆରମ୍ଭରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ ବୋଲି ଆଶା କରାଯାଉଛି। ମସଜିଦ ସହିତ ଏକ ଡାକ୍ତରଖାନା ମଧ୍ୟ ରହିବ ବୋଲି ସୂଚନା ମିଳିଛି।

Sunni waqf board ପକ୍ଷରୁ ଏଥିପାଇଁ ଏକ ଇଣ୍ଡୋ ଇସଲାମିକ ସାଂସ୍କୃତିକ ଫାଉଣ୍ଡେସନ (ଆଇଆଇସିଏଫ) ଟ୍ରଷ୍ଟ ଗଠିତ ହୋଇଛି।

ଅଯୋଧ୍ୟା ମସଜିଦ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ଆସନ୍ତା ବର୍ଷ ଜାନୁୟାରୀ ୨୬ରେ ୭୧ତମ ଗଣତନ୍ତ୍ର ଦିବସରେ ହେଉଥିବା ନେଇ ସୁତ୍ରରୁ ପ୍ରକାଶ। ତେବେ ଏହା ରାମ ଜନ୍ମଭୂମି କମ୍ପ୍ଲେକ୍ସଠାରୁ ୨୦ କିଲୋମିଟର ଦୂରରେ ଥିବା ଧାନିପୁରରେ ସ୍ଥାପନ କରାଯିବ।

 

Leave A Reply

Your email address will not be published.