Latest Odisha News

BREAKING NEWS

ଜାଣନ୍ତୁ ସାଧାରଣ ମଣିଷରୁ ‘ଅକ୍ସିଜେନ୍‌ ମ୍ୟାନ୍‌’ ସାଜିଥିବା ଗୌରବଙ୍କ କାହାଣୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ସଂଘର୍ଷ ଜାରି ରଖିଛି। ଏଭଳି ପରିସ୍ଥିତିରେ ଅନେକ ଲୋକ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ସେହିଭଳି ଜଣେ ଉଦାର ମନୋଭାବ ଥିବା ବ୍ୟକ୍ତି ହେଉଛନ୍ତି ବିହାରର ଗୌରବ ରାୟ। କରୋନା କାଳରେ ସେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଯାହା ପ୍ରକୃତରେ ପ୍ରଶଂସନୀୟ। ଗୌରବ ପାଟନାର ବାସିନ୍ଦା। ୫୦ ବର୍ଷିୟ ଗୌରବ ରାୟ ସହରର ଲୋକମାନେ ଅକ୍ସିଜେନ୍‌ ମ୍ୟାନ୍ ଭାବରେ ଜଣାଶୁଣା।

ଗୌରବ ରାୟଙ୍କୁ ଅକ୍ସିଜେନ୍‌ ମ୍ୟାନ୍ କୁହାଯିବାର କାରଣ ହେଉଛି ଗତ ୬ ମାସ ଧରି ସେ ବିନା ଟଙ୍କାରେ କ୍ରମାଗତ ଭାବରେ ଲୋକଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଆସୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଗୌରବ କେବଳ ପାଟନାରେ ନୁହେଁ ବରଂ ବର୍ତ୍ତମାନ ବିହାରର ୧୮ ଟି ଜିଲ୍ଲାରେ ଅମ୍ଳଜାନ ସିଲିଣ୍ଡର ଯୋଗାଇବା କାମ ଆରମ୍ଭ କରିଛନ୍ତି।

ଏ କାହାଣୀର ଆରମ୍ଭ ହୋଇଥିଲା ପାଞ୍ଚ ମାସ ତଳୁ। ପାଞ୍ଚ ମାସ ତଳେ ଚଳିତ ବର୍ଷ ଜୁଲାଇରେ ଗୌରବ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ। ଯେତେବେଳେ ତାଙ୍କ ଅବସ୍ଥା ଗୁରୁତର ହେଲା, ତାଙ୍କୁ ପାଟନାର ପିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କୁ ଅମ୍ଳଜାନ ସିଲିଣ୍ଡର ଆବଶ୍ୟକ ଥିଲା। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୌରବଙ୍କୁ ଅମ୍ଳଜାନ ସିଲିଣ୍ଡର ପାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିଛି ଦିନ ମଧ୍ୟରେ, ଗୌରବ କୋଭିଡ -୧୯ ସଂକ୍ରମଣରୁ ମୁକ୍ତି ପାଇଲେ କିନ୍ତୁ ସେହି ସମୟରେ ଅମ୍ଳଜାନ ସିଲିଣ୍ଡରର ମହତ୍ତ୍ବକୁ ଅନୁଭବ କରିଥିଲେ। ସେବେଠାରୁ ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି।

Comments are closed.