Latest Odisha News

BREAKING NEWS

ପେଲେଙ୍କ ରେକର୍ଡ ସହ ସମକକ୍ଷ ହେଲେ ମେସି

କେପନାଉ:ଆର୍ଜେଟିଂନା ସୁପରଷ୍ଟାର ଲିଓନେଲ ମେସି ରବିବାର ଆଉ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଗୋଟିଏ କ୍ଲବ ପକ୍ଷରୁ ଖେଳି ସର୍ବାଧିକ ଗୋଲ ସ୍କୋର କରିଥିବା ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ମେସି ସ୍ପେନିଶ କ୍ଲବ ବାର୍ସିଲୋନା ପକ୍ଷରୁ ୭୪୮ ମ୍ୟାଚରେ ୬୪୩ ଗୋଲ ସ୍କୋର କରିଛନ୍ତି । ଏହା ବ୍ୟତୀତ ସେ ୨୭୮ ଗୋଲରେ ସହଯୋଗ କରିଥିଲେ । ପୂର୍ବରୁ ଏହି ରେକର୍ଡ ପେଲେଙ୍କ ନାମରେ ଥିଲା । ସେ ସାଟୋଂଶ କ୍ଳବ ପକ୍ଷରୁ ୬୫୬ ମ୍ୟାଚ ଖେଳି ୬୪୩ ଗୋଲ ଦେଇଥିଲେ । ସେ ଓଭରାଲ ୭୬୭ ମ୍ୟାଚ ଖେଳି ୮୩୧ ଗୋଲ ଦେଇଛନ୍ତି । ସେହିପରି ବ୍ରାଜିଲ ପକ୍ଷରୁ ୯୨ ମ୍ୟାଚରୁ ୭୭ ଗୋଲ କରିଛନ୍ତି ।

ଅପରପକ୍ଷରେ ମେସିଙ୍କ ପ୍ରଦର୍ଶନ ବଳରେ ବାର୍ସିଲୋନା ୩୪ ଟାଇଟଲ ଜିତିଛି । ଅପରପକ୍ଷରେ ମେସି ମେସି ଓଭରାଲ ୭୦୦ ଗୋଲ କରିବାରେ ବିଶ୍ୱର ୭ମ ଖେଳାଳି ହୋଇଛନ୍ତି । ସବୁଠାରୁ ଅଧିକ ଗୋଲ ଅଷ୍ଟ୍ରିଆର ଜାସେଫ ବିକନଙ୍କ ନାମରେ ରହିଛି । ସେ ୮୦୫ ଗୋଲ ସ୍କୋର କରିଛନ୍ତି ।

Leave A Reply

Your email address will not be published.