Latest Odisha News

ବିଦେଶ ମାଟିରେ ଟିମ୍ ଇଣ୍ଡିଆକୁ ଗୋଡାଉଛି ଆଉ ଏକ ଖରାପ ରେକର୍ଡ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି । ଇତି ମଧ୍ୟରେ ପ୍ରଥମ ଟେଷ୍ଟରେ ସର୍ବନିମ୍ନ ସ୍କୋର କରିବା ସହ ଶୋଚନୀୟ ପରାଜୟବରଣ କରିଛି । ଏହି ପରାଜୟ ପରେ ଟିମ୍ ଇଣ୍ଡିଆକୁ ଆଉ ଏକ ଖରାପ ରେକର୍ଡ ଗୋଡାଉଛି । ବିଦେଶ ମାଟିରେ ଭାରତ ପ୍ରଥମ ଟେଷ୍ଟ ହାରିବା ପରେ ଆଉ ସିରିଜ ଜିତିପାରି ନାହିଁ । ଏହି ଭଳି ପରିସ୍ଥିତିରେ ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ଭାରତ ୩୪ ମ୍ୟାଚରୁ ୩୧ ପରାଜିତ ହୋଇଥିବା ବେଳେ ୩ ମ୍ୟାଚ ଡ୍ର ରହିଛି ।

BjdElectrycity

୧୯୮୦ରେ ଅଷ୍ଟ୍ରେଲିଆ ବିପକ୍ଷରେ, ୨୦୦୨ରେ ଇଂଲଣ୍ଡ ଓ ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ହାରିବା ପରେ ଟିମ୍‌ଇଣ୍ଡିଆ ସିରିଜ ଡ୍ର ରଖିଥିବା ବେଳେ ବାକି ସିରିଜ ହାରିଛି । ବର୍ତମାନ ମହମ୍ମଦ ସାମି ଆଘାତପ୍ରାପ୍ତ ହେବା ପରେ ଅଧିନାୟକ ବିରୋଟ କୋହଲି ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ଅନ୍ୟ ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କେଉଁ ଟେଷ୍ଟରୁ ଖେଳିବେ ତାହା ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.