Latest Odisha News

BREAKING NEWS

ଯଦୁପୁର ଗାଁ ପୋଖରୀରୁ ପାଣି ଶୁଖାଉଛି ଏସଆଇଟି, ମିଳିପାରେ ଅଧିକ ତଥ୍ୟ ପ୍ରମାଣ

ନୟାଗଡ: ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଖୋଳତାଡ ଜାରି ରଖିଛି ଏସଆଇଟି । ଅଧିକ ପଚରାଉଚରା ପାଇଁ ଆଜିଠାରୁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ନେଇଛି । ଏପଟେ ଯଦୁପୁର ଗାଁ ପୋଖରୀରୁ ପାଣି ଶୁଖାଇବା ଆରମ୍ଭ ହୋଇଛି । ଏସଆଇଟି ଉପସ୍ଥିତିରେ ପୋଖରୀରୁ ପାଣି ବାହାର କରାଯାଉଛି ।

ନାବାଳିକାର ମୃତଦେହ ପୋଖରୀ ନିକଟରୁ ଉଦ୍ଧାର ହୋଇଥିଲା । ଏହି ପୋଖରୀ ନିକଟରୁ ମିଳିଥିଲା ଗଳିତ ମୃତଦେହ । ହତ୍ୟାକାଣ୍ଡ ମାମଲାରେ ପୋଖରୀରୁ ଅଧିକ ପ୍ରମାଣ ମିଳିବା ନେଇ ଆଶା କରାଯାଉଛି । ଏହାସହ ଅଭିଯୁକ୍ତକୁ ଘଟଣାସ୍ଥଳକୁ ଆଣି କ୍ରାଇମ୍ ସିନ୍ ରିକ୍ରିଏଟ କରିପାରେ ଏସାଇଟି ।

Leave A Reply

Your email address will not be published.