Latest Odisha News

BREAKING NEWS

କବିତା : ପ୍ରୟାସ

 

ରାଜେଶ କୁମାର ସାହୁ

ଲେଖିବା ହେଉଛି ମୋର ଏକ ପ୍ରୟାସ ,
ମନରେ ଉଙ୍କି ମାରୁଥିବା ଢେଉକୁ
କୂଳରେ ପହଞ୍ଚେଇବାକୁ ପ୍ରୟାସ ।

ତୁମକୁ ଆଉ ଦେଖିବାଟା
ଗୋଟେ ପ୍ରକାର ସ୍ବପ୍ନ କହିଲେ ଚଳେ ,
ତୁମ ସୁନ୍ଦର ଆଖି ଦୁଇଟାକୁ
ଶବ୍ଦ ରେ ଆଙ୍କିବାର ଏକ ପ୍ରୟାସ ।

ତୁମ ଜୀବନ ର ସଫଳତା ଓ ଖୁସି
ମୋ ଜୀବନର ଉର୍ଦ୍ଦେଶ୍ୟ
ତୁମ ଆଖିରେ ଆଉ ଲୁହ ନ ଆସୁ
ସେଥିପାଇଁ ମୋର ଏ ପ୍ରୟାସ ।

ସମୟ ବହୁତ କ୍ଷିପ୍ର ଗତିରେ ଗଡ଼ି ଚାଲିଛି
ପରିବର୍ତ୍ତନର ଧାରାରେ
ତୁମର  ସମୟର ସୁଅରେ ଭାସି
ନ ଯାଉ
ସାଉଁଟି ବାକୁ ଏ ପ୍ରୟାସ ।

ତୁମ ଆସିବାର ଏବେ ବି ବାଟ
ଚାହିଁ ବସିଛି ଶ୍ରାବଣ ବି ଗଲାଣି
ଜାଣିଛି ଆଉ ଫେରିବା କଷ୍ଟ
କିନ୍ତୁ
ତୁମେ ଆସିବ ବୋଲି ମନ କୁ
ବୁଝେଇବାର ଏ ପ୍ରୟାସ ।

    ଡୁଡୁମା, ଭୁବନେଶ୍ୱର

Leave A Reply

Your email address will not be published.