Latest Odisha News

BREAKING NEWS

ଆଇଏସଏଲ: ଓଡିଶା-ନର୍ଥଇଷ୍ଟ ମ୍ୟାଚ ଡ୍ର

ଭୁବନେଶ୍ୱର: ଗୋଆର ବାମ୍ବୋଲିମ୍‌ଠାରେ ଅନୁଷ୍ଠିତ ଇଣ୍ଡିଆନ ସୁୁପର ଲିଗ ଫୁଟବର ମଙ୍ଗଳବାର ଓଡିଶା ଏଫସି ଓ ନର୍ଥଇଷ୍ଟ ୟୁନାଇଟେଡ ମ୍ୟାଚ ୨-୨ ଗୋଲରେ ସମାପ୍ତ ହୋଇଛି । ଓଡିଶା ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପୁନର୍ବାର ବିଜୟ ସ୍ୱାଦ ଚାଖିବାରେ ବିଫଳ ହୋଇଛନ୍ତି । ୬୭ତମ ମିନିଟ ପରଠାରୁ ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ପୂର୍ବରୁ ପ୍ରଥମାର୍ଦ୍ଧର ୨୩ତମ ମିନିଟରେ ଡିଏଗୋ ମୋରିସିଓଙ୍କ ଗୋଲ ବଳରେ ଓଡିଶା ୧-୦ ଗୋଲରେ ଅଗ୍ରରୀ ରହିଥିଲା । ୪୫ତମ ମିନିଟରେ ନର୍ଥଇଷ୍ଟର ଲାମ୍ବୋଟଙ୍କ ଗୋଲ ଯୋଗୁ ମ୍ୟାଚ ସମାନ ସ୍ଥିତିକୁ ଆସି ଯାଇଥିଲା ।

ଦ୍ୱିତୀୟାର୍ଦ୍ଧରେ ଆପିୟାଙ୍କ ଗୋଲ ଯୋଗୁ ନର୍ଥ ଇଷ୍ଟ ୨-୧ର ଅଗ୍ରଣୀ ହାସଲ କରି ନେଇଥିଲା । ୬୭ତମ ମିନିଟରେ କୋଲ ଆଲେକଜାଣ୍ଡର ଗୋଲ କରି ମ୍ୟାଚକୁ ପୁନର୍ବାର ୨-୨ ସମାନ ସ୍ଥିତିକୁ ଆଣିଥିଲେ । ଏହା ପରେ ଆଉ କୌଣସି ଟିମ୍ ଗୋଲ କରିପାରି ନ ଥିଲେ । ଆଲେକଜାଣ୍ଡର ହିରୋ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.