Latest Odisha News

BREAKING NEWS

ଜାମ୍ମୁକଶ୍ମୀର ଡିଡିସି ନିର୍ବାଚନ: କଶ୍ମୀର ଉପତ୍ୟକାରେ ଫୁଟିଲା ଫୁଲ

ଲେହ: ଜାମ୍ମୁକଶ୍ମୀର ଜିଲ୍ଲା ବିକାଶ ପରିଷଦ (ଡିଡିସି)ରେ ବିଜେପି ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟତାରେ ଖାତା ଖୋଲିଛି । ଜମ୍ମୁରେ ବିଜେପି ଭଲ ପ୍ରଦର୍ଶନ ଜାରି ରଖିଥିବା ବେଳେ କଶ୍ମୀରରେ ଗୁପକାର ଗଠବନ୍ଧନ ଆଗରେ ରହିଛି । ତେବେ କଶ୍ମୀରରେ ବିଜେପି ଚମତ୍କାର ପ୍ରଦର୍ଶନ କରିବା ସହ ରିପୋର୍ଟ ହସ୍ତଗତ ହେଲା ବେଳକୁ ୩ଜଣ ପ୍ରାର୍ଥୀ ବିଜୟ ହାସଲ କରି ସାରିଛନ୍ତି ।

୩୭୦ ଧାରା ଉଠିବା ପରେ ଏଠାରେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଜନ ହେଉଛି । ଗୁପକାର ୧୧୬ ସିଟରେ ଆଗରେ ଥିବା ବେଳେ ବିଜେପି ୭୩ ସିଟରେ ଅଗ୍ରଣୀ ରହିଛି । କଂଗ୍ରେସ ୨୬, ଜେକେଏପି ୧୧ ଓ ଅନ୍ୟ ୫୩ ସିଟରେ ଲିଡ୍ କରିଛନ୍ତି । ୨୮୦ ଆସନ ପାଇଁ ନିର୍ବାଚନ ହେଉଛି ।

Leave A Reply

Your email address will not be published.