ପୁରୀ: ୯ ମାସ ପରେ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଛି ପୁରୀ ଶ୍ରୀମନ୍ଦିର । ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ବାଲିରେ ବାଲି ସେ ତିଆରି କରିଛନ୍ତି ବଡ଼ ଦେଉଳ ଓ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି । ଏହାସହ କୋଭିଡ କଟକଣାରେ କିଭଳି ଭକ୍ତ ଶ୍ରୀଜିଉଙ୍କର ଦର୍ଶନ କରି ପାରିବେ ସେନେଇ ବାର୍ତ୍ତା ବି ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ ।
ବହୁଦିନର ବ୍ୟବଧାନ ପରେ ଶ୍ରୀମନ୍ଦିର ଭକ୍ତଗଣଂକ ପାଇଁ ଖୋଲିବା ଅତ୍ୟନ୍ତ ଖୁସିର ଖବର । ସମସ୍ତେ କୋଭିଡ୍ ନିୟମ ମାନିବକୁ ବିନମ୍ର ନିବେଦନ । ଜୟ ଜଗନ୍ନାଥ ?? pic.twitter.com/bRT8y813bG
— Sudarsan Pattnaik (@sudarsansand) December 22, 2020
Comments are closed.