ବାଲିପାଟଣା: ହେମଦସ୍ତାରେ ଛେଚି ସ୍ୱାମୀର ଜୀବନ ନେଲା ନୃଶଂସ ସ୍ତ୍ରୀ। ନିଜ ହାତରେ ପୋଛିଦେଲା ନିଜ ମଥା ସିନ୍ଦୁର । ଘଟଣାର ତିନିମାସ ପରେ ସାମ୍ନାକୁ ଆସିଲା ସତ। ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳିପୁର ଗ୍ରାମରେ ଘଟିଛି ଏଭଳି ଏକ ବିଭତ୍ସକର ଘଟଣା ।
ସୂଚନାନୁସାରେ,ମୃତକ ଜଣଙ୍କ ହେଉଛନ୍ତି ବନମାଳିପୁର ଗାଁର ୪୫ ବର୍ଷୀୟ ନିଧତ୍ରାମ ଗିରି। ସେ ପ୍ରାୟ ତିନିମାସ ହେବ ଗାଁରେ ଦେଖା ଯାଉନଥିବା ଚର୍ଚ୍ଚା ହେଉଥିଲା। ।
ଏ ସମ୍ପର୍କରେ ଗାଁର ଜ୍ଵନେ ଯୁବକ ନିଧତ୍ରାମଙ୍କ ସ୍ତ୍ରୀ ଲିଲି ଗିରିଙ୍କୁ ପଚାରିବାରୁ ସେ ଏହି କଥାରେ ହଡବଡେଇ ଯାଇଥିଲେ । ଲିଲିଙ୍କ କଥାରେ ଉକ୍ତ ଯୁବକଙ୍କ ସନ୍ଦେହ ବଢିଥିଲା । ଆଉଥରେ ଲିଲିଙ୍କୁ ନିଧତ୍ରାମଙ୍କ ସମ୍ପର୍କରେ ପଚରିବାରୁ ସେ ନିଧତ୍ରାମଙ୍କୁ ମାରି ବାରିରେ ପୋତି ଦେଇଥିବା କଥା ସ୍ୱୀକାର କରିଥିଲେ । ବାଲିପାଟଣା ପୋଲିସ୍ କୁ ହତ୍ୟାକାଣ୍ଡ ସମ୍ପର୍କରେ ଅବଗତ କରାଇଥିଲେ ଗ୍ରାମବାସୀ ।
ଖବର ପାଇବା ପରେ ପୋଲିସ ଗାଁରେ ପହଞ୍ଚି ଛାନ୍ଭିନ୍ କରିଥିଲା। ଏହି ସମୟରେ ମୃତଦେହ ପୋଡାଯାଇଥିବା ସ୍ଥାନରୁ ଅଧାପୋଡା ମଣିଷ ଖପୁରୀ, ହାଡ ଦେଖିବାକୁ ପାଇଥିଲା ପୋଲିସ। ପୋଲିସ ଲିଲିକୁ ପଚରାଉଚରା କରିବାରୁ ସେ ନିଜ ସ୍ୱାମୀକୁ ହେମଦସ୍ତାରେ କୁଟି ମାରି ଦେଇଥିବା ସ୍ୱୀକାର କରିଛି। ତେବେ କାହିଁକି ଏପରି ଜଘନ୍ୟ କାଣ୍ଡ ସେ କରିଛି ସେନେଇ ପୋଲିସ ଲିଲିକୁ ପଚରାଉଚରା ଜାରି ରଖିଛି ।
Comments are closed.