Latest Odisha News

BREAKING NEWS

ନିଜ ଜୀବନକୁ ବାଜି ଲଗାଇ ୧୦ଟି ଜୀବନ ବଞ୍ଚାଇଲେ ଦୁଇ ଭଉଣୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବ୍ଲକ ଅନ୍ତର୍ଗତ ବାଲିଘାଟ ନିକଟ ନେପଣିଆ ଠାରେ ବୁଧବାର ରାତିରେ ଏକ ଦେଶୀ ଡ଼ଙ୍ଗା ଦୁର୍ଘଟଣା ଗସ୍ତ ହେବାରୁ ଯାତ୍ରୀମାନଙ୍କର ଆର୍ତ୍ତଚିତ୍କାର ଶୁଣି ୨ ଭଉଣୀ ନିଜ ଜୀବନକୁ ବାଜି ଲଗାଇ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।

ଏହି ଘଟଣାରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଥିବାବେଳେ ମୃତକମାନେ ହେଲେ ପ୍ରଭାତୀ ସ୍ୱାଇଁ, ଇଶାନ ଦଳେଇ, ସୁଶ୍ରୀ ପଲ୍ଲବୀ ସ୍ୱାଇଁ, ଅନୁ ତରାଇ, ସାଇଁ ତରାଇ, ଦେବାଶିଷ ସାହୁ, ଦେବସ୍ମିତା ପାଣୀ, ତୋଜେନ ସାହୁ, ସୁଭଶ୍ରୀ ସ୍ୱାଇଁ ଏବଂ ଧନୁ ସାହୁ ।

ମିଳିଥିବା ସୂଚନାନୁଯାୟୀ ବୁଡି ଯାଉଥିବା ଯାତ୍ରୀମାନଙ୍କର ଆର୍ତ୍ତଚିତ୍କାର ଶୁଣି ସସ୍ମିତା ଗିରି ଓ ପୂର୍ଣ୍ଣିମା ଗିରି ନାମକ ୨ ଭଉଣୀ ଘଟଣାସ୍ଥଳରେ ପହଞ୍ଚିଥିଲେ କିନ୍ତୁ ସେତେବେଳକୁ ଡଙ୍ଗାଟି ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଯାଇଥିଲା ।

ଏହି ନଦୀରେ କୁମ୍ଭୀର ଆତଙ୍କ ତଥା ପ୍ରବଳ ଶୀତକୁ ବେଖାତିର କରି ଦୁଇ ଭଉଣୀ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ନଦୀକୁ ଡେଇଁପଡିଥିଲେ । ଦୁହେଁ ୨ଜଣ ମହିଳା ଓ କେତେକ ଶିଶୁଙ୍କ ସମେତ ପ୍ରାୟ ୧୦ ଜଣଙ୍କୁ କୂଳକୁ ଆଣିପାରିଥିଲେ । “ଅନ୍ୟମାନେ ଓଲଟି ପଡିଥିବା ଡଙ୍ଗା ମଧ୍ୟରେ ଫସି ଯାଇଥିାରୁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ନଥିଲା” ବୋଲି ଏହି ୨ ଭଉଣୀ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ପ୍ରାୟ ୪୦ ରୁ ୪୫ ଜଣ ବ୍ୟକ୍ତି, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ମଙ୍ଗରାଜପୁରରୁ କେନ୍ଦ୍ରାପଡ଼ାର ହୁକିଟୋଲା ଲାଇଟ୍ ହାଉସ ପରିଦର୍ଶନରେ ଯାଉଥିଲେ । ଏହି ଯାତ୍ରୀମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ଛୋଟ ପିଲାମାନେ ଥିଲେ ।

ପିକନିକ୍ ସାରି ଫେରୁଥିବା ବେଳେ ବାଲିଘାଟ ନିକଟସ୍ଥ ନେପଣିଆ ନିକଟ ମହାନଦୀର ଗଭୀର ଜଳରେ ଦେଶୀ ଡ଼ଙ୍ଗାଟି ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା । ଏକ ମାଛଧରା ଡ଼ଙ୍ଗା ଏହି ଦୁର୍ଘଟଣାସ୍ଥଳୀ ନିକଟଦେଇ ଯାଉଥିବା ବେଳେ ଧୀବରମାନେ ପ୍ରାୟ ୩୦ ଜଣ ବ୍ୟକ୍ତିଙ୍କୁ ଗଭୀର ଜଳରୁ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କରିପାରିଛନ୍ତି ।

Leave A Reply

Your email address will not be published.