Latest Odisha News

ବିଶ୍ୱ‌ବ୍ୟାପୀ କରୋନା ସଂକ୍ରମଣ ସଂଖ୍ୟା ୭ କୋଟି ୯୭ ଲକ୍ଷ ପାର୍‌

ନୂଆଦିଲ୍ଲୀ: ବିଶ୍ୱ‌ର ଅନେକ ଦେଶରେ ଟିକା ସତ୍ୱ‌େ କରୋନା ହେବାର ଆଶଙ୍କା ବଢିବାରେ ଲାଗିଛି। ଦୁନିଆର କୋଣ ଅନୁକୋଣରୁ ନୂଆ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬.୪୬ ଲକ୍ଷ ନୂତନ ମାମଲା ରିପୋର୍ଟ ହୋଇଥିବା ବେଳେ ୧୧,୫୧୦ ସଂକ୍ରମିତ ଲୋକ ପ୍ରାଣ ହରାଇଥିଲେ। ଆମେରିକା, ଭାରତ ଏବଂ ବ୍ରାଜିଲରେ କରୋନା ଜୀବାଣୁଙ୍କର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି। ଏହା ପରେ ମେକ୍ସିକୋ, ବ୍ରାଜିଲ, ରୁଷିଆ, ବ୍ରିଟେନ, ଜର୍ମାନୀ, ଇଟାଲୀ, ପୋଲାଣ୍ଡ, ଭାରତରେ ସର୍ବାଧିକ ମୃତ୍ୟୁ ଘଟିଛି।

ବିଶ୍ୱ‌ବ୍ୟାପୀ କରୋନା ସଂକ୍ରମଣର ସଂଖ୍ୟା ୭ କୋଟି ୯୭ ଲକ୍ଷ ଅତିକ୍ରମ କରିଛି। କରୋନା ଯୋଗୁଁ ୧୭ ଲକ୍ଷ ୪୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଏହି ବିପଜ୍ଜନକ ରୋଗରୁ ୫ କୋଟି ୬୧ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ୨ କୋଟି ୧୮ ଲକ୍ଷ ଲୋକ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।

Comments are closed.