Latest Odisha News

ଶେଯ ସାଜିଲା ଜୁଇ…

ଯାଜପୁର: ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ । ଏହି ମୃତ୍ୟୁ ଅନେକଙ୍କ ପାଇଁ ଅଗ୍ରହଣୀୟ ହୋଇଥାଏ । କେହିକେହି ଏହାକୁ ଅଭିଶାପ ମଧ୍ୟ କହିଥାନ୍ତି । ହେଲେ ଯାଜପୁର ଜିଲ୍ଲା ଶ୍ରୀରାମପୁରର ଏକ ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ଚକିତ କରିଛି । ଜଣେ ମହିଳା ଶୋଇଥିବା ଅବସ୍ଥାରେ ହିଁ ନିଆଁରେ ଜଳି ପ୍ରାଣ ହରାଇଛନ୍ତି ।

ମୃତକଙ୍କ ପରିଚୟ ମଧୁସ୍ମିତା ନାୟକ ବୋଲି ଜଣାପଡିଛି । ଗତକାଲି ବିଳମ୍ବିତ ରାତ୍ରିରେ ସେ ଶୋଇଥିବା ଅବସ୍ଥାରେ ତାଙ୍କ ଘରେ ନିଆଁ ଲାଗିଯାଇଥିଲା । ଭିତରପଟୁ କବାଟ ବନ୍ଦ ଥିବାରୁ ସ୍ଥାନୀୟ ଲୋକେ ଶତଚେଷ୍ଟା କରି ସୁଦ୍ଧା ମହିଳାଙ୍କୁ ଉଦ୍ଧାର କରିପାରିନଥିଲେ ।

ଶେଷରେ ବହୁ ସମୟ ପରେ ମହିଳାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସୌଭାଗ୍ୟବଶତଃ ମୃତକଙ୍କ ୨ ବର୍ଷୀୟା ଶିଶୁକନ୍ୟା ନିଆଁ କବଳରୁ ବର୍ତ୍ତିଯାଇଛି । ଘରେ ସମସ୍ତ ଆସବାବପତ୍ର ଜଳିପୋଡି ଛାରଖାର ହୋଇଥିଲାବେଳେ ଜାରି ରହିଛି ପୋଲିସର ତଦନ୍ତ ।

Comments are closed.