Latest Odisha News

ଅରୁଣ ସାହୁଙ୍କୁ କ୍ଷମା ମାଗିବା ନେଇ ସରପଞ୍ଚଙ୍କୁ ଧମକ !

ନୟାଗଡ଼ : ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ଘର ଅଗଣାରୁ ଶନିବାର ଦିନ ପୋଲିସ ଏକ ପାର୍ସଲ ସହ ୨ଟି ଚିଠି ଜବତ କରିଛି ।

ଆଜି ସକାଳୁ ଶ୍ରୀଯୁକ୍ତ ପ୍ରଧାନଙ୍କ ପରିବାର ଲୋକେ ଘର ଅଗଣାରେ ଏକ ପାର୍ସଲ ସହ ଦୁଇଟି ଚିଠି ପଡିଥିବାର ଦେଖିବାକୁ ପାଇଥିଲେ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଉକ୍ତ ଚିଠିରେ ଅଶ୍ଲୀଳ ଭାଷାରେ ଲେଖାଯିବା ସହ ସୌମ୍ୟରଞ୍ଜନ, ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କୁ କ୍ଷମା ମାଗନ୍ତୁ ଏବଂ ଏଥିସହ ଥାନାରେ ତାଙ୍କ ବିରୋଧରେ କରିଥିବା ମାମଲାକୁ ପ୍ରତ୍ୟାହାର କରିବା ପାଇଁ ଉଲ୍ଲେଖ ରହିଛି । ଏଭଳି ନକଲେ ଏହାର ପରିଣାମ ଖରାପ ହେବ ବୋଲି ଚେତାବନୀ ଦିଆଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ବୋଦାପଡ଼ା ଗ୍ରାମର ଗ୍ରାମବାସୀ ଏହି ଚିଠିଟିକୁ ଲେଖିଥିବା ନେଇ ମଧ୍ୟ ଉଲ୍ଲେଖ ରହିଛି।

ତେବେ ଏହି ପାର୍ସଲ ଓ ଚିଠି କିଏ ପଠାଇଛି ସେନେଇ କୌଣସି ସ୍ପଷ୍ଟ ହୋଇନଥିବାବେଳେ, ବିଧାୟକ ଅରୁଣ ସାହୁଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply

Your email address will not be published.