Latest Odisha News

BREAKING NEWS

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଇରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ୪ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଥିବା ସୂଚନା। ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ, ପଦ୍ମାବତୀ ନାମକଏକ ଯାତ୍ରୀବାହୀ ବସ୍‌ ବହଳଦାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ଟାଉନ୍‌ ଥାନା ଭାଲୁବସା ପେଟ୍ରୋଲ ପମ୍ପ ନିକଟରେ ଏହା ଭାରସାମ୍ୟ ହରାଇ ବିଲକୁ ଖସିପଡିଥିଲା ।

ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦୁର୍ଘଟଣା ସଂପର୍କରେ ଜାଣିବା ପରେ ସ୍ଥାନୀୟ ଲୋକ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.