ନାଗୋୟା: ଜାପାନର ନାଗୋୟାଠାରେ ଚାଲିଥିବା ପାରା ଏସିଆନ୍ ଗେମ୍ସରେ ଭାରତର ଦିବ୍ୟାଙ୍ଗ ତୀରନ୍ଦାଜ୍ ଶୀତଳ ଦେବୀ ଏକ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ବିନା ହାତରେ ଖେଳୁଥିବା ଏହି ୧୯ ବର୍ଷୀୟ ପ୍ରତିଭାବାନ ଖେଳାଳି ମହିଳା କମ୍ପାଉଣ୍ଡ କ୍ୱାଲିଫିକେସନ୍ରେ ବିଶ୍ୱ ରେକର୍ଡ ବରାବର କରିଛନ୍ତି । ଶୀତଳ ୭୨୦ ରୁ ୭୦୪ ଅଙ୍କ ହାସଲ କରି ତୁର୍କୀର ଓଜ୍ନୁର ଗିର୍ଡିଙ୍କ ବିଶ୍ୱ ରେକର୍ଡର ବରାବର କରିଛନ୍ତି । ସେ ପୂର୍ବର ଏସିଆନ୍ ରେକର୍ଡ (୬୯୮ ଅଙ୍କ)କୁ ଭାଙ୍ଗି ନୂତନ ଇତିହାସ ସୃଷ୍ଟି କରିଛନ୍ତି । ୭୨ଟି ତୀର ମଧ୍ୟରୁ ଶୀତଳ ୫୭ ଥର ପରଫେକ୍ଟ ୧୦ ଲଗାଇଥିଲେ ।
ଓଡ଼ିଶାର ତୀରନ୍ଦାଜ୍ ପାୟଲ ନାଗ (୬୭୫ ଅଙ୍କ) ଏବଂ ଶୀତଳଙ୍କ ମିଳିତ ପ୍ରଦର୍ଶନ ବଳରେ ଭାରତୀୟ ମହିଳା କମ୍ପାଉଣ୍ଡ ଟିମ୍ ୧,୩୭୯ ଅଙ୍କ ସହ ୧ ନମ୍ବର ସ୍ଥାନ ଦଖଲ କରି ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଛି । ଏସିଆନ୍ ଗେମ୍ସରେ ଡେବ୍ୟୁ କରୁଥିବା ଓଡ଼ିଆ ଝିଅ ପାୟଲ ନାଗ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ୬୭୫ ଅଙ୍କ ସହ ୫ମ ସ୍ଥାନ ହାସଲ କରିଛନ୍ତି । ଏହି ଦୁଇ ଖେଳାଳିଙ୍କ ଦମକାର ପ୍ରଦର୍ଶନ ଯୋଗୁଁ ଭାରତ ପାଇଁ ପଦକ ଜିତିବା ସମ୍ଭାବନା ଅଧିକ ଦୃଢ଼ ହୋଇଛି ।

