Latest Odisha News

BREAKING NEWS

ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ମିଜୋରମର ବ୍ୟାଟ୍ସମ୍ୟାନ୍ ଚିନ୍ମୟ ସୁତାର ନାଗାଲାଣ୍ଡ ବିପକ୍ଷରେ ଅପରାଜିତ ୪୦୦ ରନର ଐତିହାସିକ ପାଳି ଖେଳି ଭାରତୀୟ ଘରୋଇ କ୍ରିକେଟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଏହି ମହାନ ସଫଳତା ସହ ସେ ୭୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି ।ଫାଷ୍ଟ କ୍ଲାସ୍ କ୍ରିକେଟରେ ୪୦୦ ରନର ଆକର୍ଷଣୀୟ ଅଙ୍କ ଛୁଇଁବାରେ ଚିନ୍ମୟ ହେଉଛନ୍ତି ମାତ୍ର ଦ୍ୱିତୀୟ ଭାରତୀୟ । ତାଙ୍କ ପୂର୍ବରୁ ୧୯୪୮ ମସିହାରେ ମହାରାଷ୍ଟ୍ରର ବାବାସାହେବ ନିମ୍ବାଲକର (କାଠିଆୱାଡ଼ ବିପକ୍ଷରେ ଅପରାଜିତ ୪୪୩ ରନ୍) ଏହି  ସଫଳତା ହାସଲ କରିଥିଲେ । ଏହି ପାଳି ସହିତ ଚିନ୍ମୟ ରଣଜୀ ଟ୍ରଫି ଇତିହାସରେ ଦ୍ୱିତୀୟ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋରକର ହୋଇଯାଇଛନ୍ତି । ସେ ପୃଥ୍ବୀ ଶ’ (୩୭୯ ରନ୍)ଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି । ଦୀମାପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ୨୯ ବର୍ଷୀୟ ଚିନ୍ମୟ  ୪୬ଟି ଚୌକା ଏବଂ ୭ଟି ଛକା ମାରିଥିଲେ ।

ସବୁଠାରୁ ବଡ଼ କଥା ହେଲା, ଚିନ୍ମୟ ନିଜର ଫାଷ୍ଟ କ୍ଲାସ୍ କ୍ୟାରିୟରର ମାତ୍ର ଦ୍ୱିତୀୟ ମ୍ୟାଚ୍ ଖେଳି ଏହି ଐତିହାସିକ ରେକର୍ଡ କରିଛନ୍ତି । (ଚଳିତ ସିଜିନ୍ ପୂର୍ବରୁ ସେ ମୁମ୍ବାଇ କ୍ରିକେଟ୍ ଆସୋସିଏସନରୁ ନେଇ ମିଜୋରମ ଟିମ୍ ଯୋଗଦେଇଥିଲେ । ମିଜୋରମର ଆରମ୍ଭ ଖରାପ ଥିଲା ଏବଂ ୩୯୨/୯ ରନ୍ ରେ ୯ଟି ୱିକେଟ୍ ପଡ଼ିଯାଇଥିଲା । ଏହାପରେ ଚିନ୍ମୟ ଶେଷ ବ୍ୟାଟ୍ସମ୍ୟାନ୍ ଲାଲରେମପୁଇୟା ଛକଛୁଆକ୍ ଙ୍କ ସହିତ ମିଶି ୧୦ମ ୱିକେଟ୍ ପାଇଁ ଅପରାଜିତ ୧୮୯ ରନ୍ ର ଭାଗୀଦାରୀ କରି ଦଳର ସ୍କୋର ୫୮୧/୯ ରେ ଘୋଷଣା କରିଥିଲେ । ୧୯୪୮ରେ ବାବାସାହେବ ନିମ୍ବାଲକର ଡନ୍ ବ୍ରାଡମ୍ୟାନଙ୍କ ୪୫୨ ରନର ବିଶ୍ୱ ରେକର୍ଡ ଭାଙ୍ଗିବାରୁ ମାତ୍ର ୯ ରନ୍ ଦୂରରେ ଥିବାବେଳେ କାଠିଆୱାଡ଼ ଦଳ ମ୍ୟାଚ୍ ଖେଳିବାକୁ ମନା କରିଦେଇଥିଲା, ଯାହାଫଳରେ ସେ ଅପରାଜିତ ୪୪୩ ରନ୍ ରେ ରହିଯାଇଥିଲେ । ୭୮ ବର୍ଷ ପରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ପୁଣି ଥରେ ଫାଷ୍ଟ କ୍ଲାସ୍ କ୍ରିକେଟରେ ୪୦୦ ରନ କରିଛନ୍ତି ।

Leave A Reply

Your email address will not be published.