Latest Odisha News

BREAKING NEWS

ଦୁବାଇକୁ ପନିପରିବା ପଠାଇବେ ଧୋନୀ

ଝାଡଖଣ୍ଡ: ୨୦୧୯ ବିଶ୍ୱକପ ପରେ କ୍ରିକେଟରୁ ଦୂରେଇ ରହିଥିଲେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ତେବେ ଆଇପିଏଲ୍ ଜରିଆରେ ସେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ବି ଖାସ କରି ଫାର୍ମ ହାଉସ୍ ପାଇଁ ଚର୍ଚ୍ଚାରେ ରହିଥିଲେ । ଖବର ମିଳିଛି କ୍ରିକେଟର୍ ପରେ ଏବେ ଧୋନୀ କୁଆଡେ ପନିପରିବା ବ୍ୟବସାୟରେ ସାମିଲ ହୋଇଛନ୍ତି ।

ରାଂଚିରୁ ଦୁବାଇକୁ ଧୋନୀ ପଠାଇବେ ପନିପରିବା । ତେବେ ଅନ୍ୟ କାହାରି ନୁହେଁ ବରଂ ନିଜ ଫାର୍ମ ହାଉସରୁ ହିଁ ସେ ପନିପରିବା ଦୁବାଇକୁ ରପ୍ତାନୀ କରିବାକୁ ଯୋଜନା କରିଥିବା ଜଣାପଡିଛି । କ୍ରିକେଟ୍ ଛଡା ଧୋନୀ ବହୁବର୍ଷ ଧରି ଅନେକ ଯୋଜନାରେ ଟଙ୍କା ଇନ୍‌ଭେଷ୍ଟ କରିଆସିଥିଲେ । ଏହି ଇନଭେଷ୍ଟମେଣ୍ଟ ମଧ୍ୟରୁ ଫାର୍ମ ହାଉସରେ ପନିପରିବା ଚାଷ ଅନ୍ୟତମ ।

ମିଳିଥିବା ରିପୋର୍ଟ ଅନୁଯାୟୀ ଧୋନୀ ରାଂଚିରୁ ଦୁବାଇ ପନିପରିବା ପଠାଇବା ନେଇ ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ଏହି ସମସ୍ତ ଭାର ଖୋଦ ଧୋନୀ ନୁହେଁ ବରଂ ଝାଡଖଣ୍ଡର କୃଷି ବିଭାଗ ସମ୍ଭାଳିବ । ଅଲ୍ ସିଜିନ୍ ଫାର୍ମ ଫ୍ରେସ୍ ନାମକ ଏକ ଏଜେନ୍ସି ଧୋନୀଙ୍କ ଫାର୍ମ ହାଉସର ପନିପରିବାକୁ ପ୍ରତ୍ୟକ୍ଷ ଭାବେ ଦୁବାଇ ପଠାଇବ ।

ରାଂଚିର ସେମ୍ବୋ ଗାଁ ନିକଟସ୍ଥ ରିଙ୍ଗ ରୋଡରେ ଥିବା ଫାର୍ମ ହାଉସରେ ଧୋନୀ ଷ୍ଟ୍ରବେରି, ଟମାଟୋ, ବନ୍ଧାକୋବି, ବ୍ରୋକୋଲି, ମଟର ଓ ଅମୃତଭଣ୍ଡା ଭଳି ଅନେକ ପନିପରିବା ଚାଷ କରିଛନ୍ତି । ଧୋନୀଙ୍କ ଫାର୍ମ ହାଉସ ସମୁଦାୟ ୪୩ ଏକର ଜମିରେ ଥିବାବେଳେ ୧୦ ଏକର ଜମିରେ ଚାଷବାଷ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.