Latest Odisha News

BREAKING NEWS

ଗଜପତିରେ ୧୭ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ମୋହନା : ଗଜପତି ଜିଲ୍ଲା ମୋହନରେ ଆନୁମାନିକ ୧୭ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ। ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ପ୍ରାୟ ୮୯ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।

ସୂଚନାନୁସାରେ, ସ୍ଥାନୀୟ ଲେଖରୀପଟା ଗାଁ ନିକଟରେ ଗଞ୍ଜେଇ ହେଉଥିବା କୌଣସି ଏକ ବିଶେଷ ସୂତ୍ରରୁ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଏହାପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ସେହି ଗାଁରେ ଚଢାଉ କରାଯାଇଥିଲେ ।

ଏହି ଚଢାଉରେ ପ୍ରାୟ ୮୯ ଏକର ଜମିରେ ଗଞ୍ଜେଇ ଚାଷ କରାଯାଇଛି ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୧୭ କୋଟି ୮୦ଲକ୍ଷ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.