Latest Odisha News

BREAKING NEWS

ସୌରଭ ଗାଙ୍ଗୁଲି ସୁସ୍ଥ, ବୁଧବାର ଡାକ୍ତରଖାନାରୁ ଛୁଟି ମିଳିବ

କୋଲକାତା:ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ବୁଧବାର ଡାକ୍ତରଖାନାରୁ ଛୁଟି ମିଳିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଉଡଲାଣ୍ଡ ମେଡିକାଲର କାର୍ଡିଆକ ସର୍ଜନ ଡାକ୍ତର ଦେବୀ ସେଟ୍ଟୀ ହସି କରି କହିଛନ୍ତି ଗାଙ୍ଗୁଲି ଫିଟ ଅଛନ୍ତି, ସେ ପ୍ଲେନରେ ଯାଇପାରିବେ, ମାରାଥନ ଦୌଡି ପାରିବେ । ତାଙ୍କ ରକ୍ତ ନମୁନା ରିପୋର୍ଟ ସନ୍ତୋଷଜନକ ରହିଛି ବୋଲି ସେ କହିଛନ୍ତି ।

ଜାନୁୟାରୀ ୨ରେ ଜିମରେ ବ୍ୟାୟାମ କରୁଥିବା ବେଳେ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ବାନ୍ତି କରିଥିଲେ । ଉଡଲାଣ୍ଡ ମେଡିକାଲରେ ଭର୍ତି କରାଯିବା ପରେ ତାଙ୍କ ହୃତପିଣ୍ଡରେ ୩ଟି ବ୍ଲକେଜ ଥିବା ଜଣାପଡିଥିଲା । ଏହି ସମସ୍ୟା ଅଧିକାଂଶ ଭାରତୀୟଙ୍କ ନିକଟରେ ଦେଖିବାକୁ ମିଳିଥାଏ । ତେବେ ଆଗକୁ ଗାଙ୍ଗୁଲିଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖାଯିବ ବୋଲି ମେଡିକାଲ ଏମଡି ଓ ସିଇଓ କହିଛନ୍ତି ।

Leave A Reply

Your email address will not be published.