Latest Odisha News

BREAKING NEWS

ଆମେରିକା ସଂସଦ ପରିସରରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା, ହିଂସାକାଣ୍ଡରେ ଜଣେ ମୃତ

ଓ୍ୱାଶିଂଟନ: ଆମେରିକାରେ ହିଂସାକାଣ୍ଡ । ତାତିଲେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ । ଆମେରିକା ସଂସଦ ଭବନରେ ପ୍ରବେଶ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ଆଲୋଚନା ଚାଲିଥିବା ବେଳେ ଟ୍ରମ୍ପଙ୍କ ସମର୍ଥକମାନେ ପ୍ରବେଶ କରିଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ବାହାରକୁ ଆଣିଥିଲେ । ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା ଯୋଗୁ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି ।

ଟ୍ରମ୍ପ ସମର୍ଥକ ଓ ପୋଲିସ ମଧ୍ୟରେ ହୋଇଥିବା ହିଂସାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଓ୍ଵାଶିଂଟନ ଡିସିରେ ଜାର ହୋଇଛି କର୍ଫ୍ୟୁ । ସଂଧ୍ୟା ୬ଟା ଯାଏଁ କର୍ଫ୍ୟୁ ଘୋଷଣା କରାଯାଇଛି । ସୁରକ୍ଷା କାରଣରୁ କ୍ୟାପିଟାଲ ବିଲଡିଂ ବନ୍ଦ କରି ଦିଆଯାଇଛି ।

ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଟ ୧୨ ଘଣ୍ଟା ପାଇଁ ଲକ୍‌ କରିଦିଆଯାଇଛି । ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଟ୍ରମ୍ପ୍‌ କରୁଥିବା ଭିତ୍ତିହୀନ ଦାବି ଓ ଯୁକ୍ତରାଷ୍ଟ୍ର ଆମେରିକାର ‘କ୍ୟାପିଟଲ୍‌’ରେ ଦଙ୍ଗା ଯୋଗୁଁ ‘ଫେସ୍‌ବୁକ୍‌’ ଏବଂ ‘ଇନଷ୍ଟାଗ୍ରାମ’ ସାମୟିକଭାବେ ତାଙ୍କ ଆକାଉଣ୍ଟ୍‌ ବ୍ଲକ୍‌ କରିଦେଇଛନ୍ତି ।

ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କୁ ଆହ୍ଵାନ କରି ଜୋ ବାଇଡେନ୍‌ କରିଛନ୍ତି, ସମ୍ବିଧାନକୁ ରକ୍ଷା କରିବା ସହ ଏପରି ଘେରାବନ୍ଦୀଙ୍କୁ ବନ୍ଦ କରନ୍ତୁ । ଟ୍ରମ୍ପଙ୍କ ସମର୍ଥକମାନେ ଦେଶଦ୍ରୋହ ପରି କାମ କରୁଛନ୍ତି ବୋଲି ବାଇଡେନ୍‌ କହିଛନ୍ତି ।

Leave A Reply

Your email address will not be published.