Latest Odisha News

BREAKING NEWS

ଦର୍ଶନ ଦେଲେ ବାବା ଧବଳେଶ୍ୱର: ଆଜି ସେବାୟତଙ୍କ ପରିବାର, ୧୧ରୁ ସର୍ବସାଧାରଣ ଦର୍ଶନ

କଟକ: ୯ ମାସ ପରେ ଆଜିଠୁ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର । ଆଜି ସକାଳ ୬ଟାରୁ ମନ୍ଦିର କପାଟ ଖୋଲିଛି । ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ । କୋଭିଡ୍‌ କଟକଣା ଭିତରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆଜିଠୁ ପୂଜକଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି ।

ଆସନ୍ତାକାଲି ମନ୍ଦିର ରହିଥିବା ସ୍ଥାନ ମଞ୍ଚେଶ୍ୱର ପଞ୍ଚାୟତର ପାଇକରାପୁର, ଲିଙ୍ଗାପଦା, ପ୍ରଶନ୍ନପୁର, ନୂଆଡିହ ଓ ବିଦ୍ୟାଧରପୁର ଗ୍ରାମବାସୀ ଏବଂ ୧୦ରେ ବ୍ରାହ୍ମଣବସ୍ତ, ସୁନିଆମୁହଁ ଓ ଖୋଲସାହି ଗ୍ରାମବାସୀ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ । ୧୧ ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।

ବାବା ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟର ଆବଶ୍ୟକତା ନାହିଁ । କେବଳ କୋଭିଡ୍ କଟକଣା ମାନି ସମସ୍ତେ ବାବାଙ୍କୁ ଦର୍ଶନ କରିପାରିବେ । ବିନା ମାସ୍କରେ ମନ୍ଦିର ପ୍ରବେଶ ମନା । ୫୦ ଜଣ ଭକ୍ତଙ୍କୁ ୩ ଭାଗ କରି ମନ୍ଦିର ଭିତରକୁ ଛଡ଼ାଯିବ ।

ସମସ୍ତେ ମାନିବେ ସାମାଜିକ ଦୂରତା ନିୟମ । ଲକ୍ଷଣ ଥିଲେ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ମନ୍ଦିର ପରିସରରେ କୌଣସି ପ୍ରକାର ଭୋଜି, ଉତ୍ସବ, ଅନ୍ନ ପ୍ରସାଦ ଓ ବିବାହ ସହ ଜନସମାଗମ ହେବ ନାହିଁ । ମନ୍ଦିର ଗର୍ଭ ଗୃହକୁ ପ୍ରବେଶ ଉପରେ କଟକଣା ଜାରି ହୋଇଛି ।

Leave A Reply

Your email address will not be published.