ବରଗଡ଼: ବରଗଡ଼ ଜିଲ୍ଲାରେ ପୌରାଣିକ , ପ୍ରାକୃତିକ , ଐତିହାସିକ ସ୍ଥାନ ମାନଙ୍କର ଅଭାବ ନାହିଁ । କିନ୍ତୁ ପର୍ଯ୍ୟଟକ ମାନଙ୍କୁ ଆଧୁନିକ ବ୍ ବ୍ୟବସ୍ଥା ଥିବା ସେବା ଯୋଗେଇବା ପାଇଁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ପର୍ଯ୍ୟଟନ ଶିଳ୍ପ ଅବହେଳିତ ଅବସ୍ଥାରେ ଅଛି। ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ ବହନ କରୁଥିବା ପପଙ୍ଗା ପାହାଡ଼ , ବାର ପାହାଡ଼ର ବାର ବଖରା , ଗନିଆଁ ପାଳିରେ ଥିବା ବୌଦ୍ଧ ବିହାର , ପାଇକମାଲର ନୃସିଂହନାଥ ମନ୍ଦିର , ଗନ୍ଧମାର୍ଦ୍ଧନ ପାହାଡ଼ ଇତ୍ୟାଦି ରହିଛି । ବାର ପାହାଡ଼ର ଅନେକ ସ୍ଥାନରେ ହୀରାକୁଦ ବନ୍ଧର ପାଣି ସମୁଦ୍ର ପରି ଦେଖାଯାଏ।
ଗନ୍ଧମାର୍ଦ୍ଧନ ପାହାଡ଼ରେ ଅନେକ ଔଷଧୀୟ ଗୁଣଯୁକ୍ତ ଗଛଲତା ରହିଥିବା ହେତୁ ଆୟୁର୍ବେଦ ଗବେଷଣା ପାଇଁ ସୁଯୋଗ ରହିଛି। ପାହାଡ଼ ଚଢାଳି ମାନଙ୍କ ପାଇଁ ମଧ୍ୟ ଏହି ପାହାଡ଼ଟିକୁ ତାଲିମ କେନ୍ଦ୍ର ରୂପେ ବ୍ୟବହାର କରାଯାଇ ପାରିବ। କିନ୍ତୁ ଏଥିପ୍ରତି କାହାରବି ଧ୍ୟାନ ଆକର୍ଷିତ ହେଉନାହିଁ। ଯାହା ଫଳରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କଲାପରି କିଛି ହେଇପାରୁ ନାହିଁ । ବରଗଡ଼ ସହର ଧନୁଯାତ୍ରା ପାଇଁ ପ୍ରସିଦ୍ଧ ହୋଇଥିଲେ ସୁଦ୍ଧା ଯାତ୍ରା ସମୟରେ ମାତ୍ର ୧୦ ଦିନ ଏହା ଦେଖିବାର ସୁଯୋଗ ମିଳେ। ଯାତ୍ରା ସରିଗଲେ କୌଣସି ପର୍ଯ୍ୟଟକ ଆସି ଧନୁଯାତ୍ରାର କିଛି ସ୍ମାରକୀ ଦେଖିବାକୁ ଚାହିଁଲେ କୌଣସି ବ୍ୟବସ୍ଥା କରାଯାଇନାହିଁ। ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ କମିଯାଉଥିବାରୁ ରାଜ୍ୟ ସରକାର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।
BREAKING NEWS
- ଆଦାନୀ ଝଡ଼: କାହିଁକି ଚୁପ୍ ସବୁ ଦଳ?
- ଧମକ ଦେବା ଅଭିଯୋଗରେ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା
- ରୋଲରକୁ ଧକ୍କା ଦେଲା ବସ୍, ୧୦ରୁ ଉର୍ଦ୍ଧ୍ବ ଆହତ
- ଛାଡପତ୍ର ଚର୍ଚ୍ଚା ଭିତରେ ଶେଷରେ ମୁହଁ ଖୋଲିଲେ ଅମିତାଭ ବଚ୍ଚନ, କହିଲେ….
- ବାଘ ଦେଖିବାକୁ ଯାଇ ୨ ଗାଇଡ ସମେତ ୪ ସସ୍ପେଣ୍ଡ
- ଜାଣନ୍ତୁ ପ୍ରାଚୀନ ଯୁଗର ସପ୍ତମ ଆଶ୍ଚର୍ଯ ବିଷୟରେ, ଯାହା ସମୟକ୍ରମେ ହୋଇଯାଇଛି ବିଲୁପ୍ତ ..
- ମଝି ସମୁଦ୍ରରେ ନୌସେନା ଜାହାଜ ସହ ପିଟିହେଲା ମାଛଧରା ବୋଟ୍
- କିଏ ଜିତିବ ମହାରାଷ୍ଟ୍ର? କଣ କହୁଛି ଶିବସେନାର କୁଣ୍ଡଳୀ
- ସୁକମାରେ ଏନକାଉଣ୍ଟର; ୧୦ ନକ୍ସଲ ନିହତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
- ଗୀତ ଗାଉ ଗାଉ ମଞ୍ଚ ଉପରେ ପଡିଗଲେ ଗାୟକ ଦିଲଜିତ
Comments are closed.