ମୁମ୍ବାଇ: ମୈନେ ପ୍ୟାର କିୟା, ହମ ଆପକେ ହେ କୌନ, ହମ ସାଥ ସାଥ ହେ ଓ ବିବାହ ପରି ସୁପରହିଟ ଫିଲ୍ମ ଦେଇଥିବା ସୁରଜ ବଡଜାତ୍ୟା ତାଙ୍କର ଆଗାମୀ ଫିଲ୍ମ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରିପୋର୍ଟ ମୁତାବକ ସୁରଜ ଏହି ଫିଲ୍ମ ପାଇଁ ଅମିତାଭ ବଚ୍ଚନକୁ ସାଇନ କରିବା ପାଇଁ ଚାହୁଛନ୍ତି । ପ୍ରଥମ ଥର ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ମହାରଥୀ ଏକତ୍ର ଗୋଟିଏ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି ।
ତେବେ ଏ ନେଇ ଅମିତାଭ କିମ୍ବା ସୁରଜଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଫେବୃୟାରୀରେ ଏହାର ଶୁଟିଂ ଆରମ୍ଭ ହେବ । ନିକଟରେ ଅମିତାଭ କୌଣସି ସମ୍ପୂର୍ଣ୍ଣ ପାରିବାରିକ ଫିଲ୍ମରେ ଅଭିନୟ କରି ନ ଥିବାରୁ ସୁରଜଙ୍କ ଫିଲ୍ମ ପାଇଁ ସଙ୍ଗେ ସଙ୍ଗେ ରାଜି ହୋଇ ଯାଇଥିଲେ ।
Comments are closed.