Latest Odisha News

କଟକରୁ ୧୦.୫ କେଜି ଗଞ୍ଜେଇ ଜବତ, ୨ ଗିରଫ

କଟକ: ଗତକିଛି ଦିନ ହେଲା ଗଂଜେଇର ଚୋରାଚାଲାଣ ବଢିଯାଇଛି । କଟକରୁ ପୁଣି ୧୦ କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ଚାଉଳିଆଗଞ୍ଜ ପୋଲିସ । ଏଥି ସହ ୨ ଜଣଙ୍କୁ ଗିରଫ କରାଯାଇଛି ।

ଏକ ଟ୍ରକରେ ଏହି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ପାଟ୍ରୋଲିଂ ବେଳେ ଏମାନଙ୍କୁ ଧରିଥିଲା । ଗିରଫ ବ୍ୟକ୍ତି ଦ୍ୱୟ ହେଲେ ଜଗତସିଂହପୁର ଅଞ୍ଚଳର ବାପିନା ସେନାପତି ଏବଂ କନ୍ଧମାଳ ଅଞ୍ଚଳର ମଦନ କୁମାର ବେହେରା । ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.