Latest Odisha News

BREAKING NEWS

ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୯.୧୨ କୋଟି ପାର୍‌

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ପ୍ରକୋପ ଜାରି ରଖିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୫ ଲକ୍ଷ ୫୫ ହଜାରରୁ ଅଧିକ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ମୋଟ ମାମଲା ୯ କୋଟି ୧୨ ଲକ୍ଷ ୮୨ ହଜାର କୁ ବୃଦ୍ଧି ପାଇଛି।

କରୋନାର ବଢୁଥିବା ସଂଖ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି। ତେବେ ଅଧିକାଂଶ ଦେଶର ଦୈନନ୍ଦିନ କରୋନା ମାମଲାରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ପୂର୍ବ ତୁଳନାରେ ମୋଟ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ଏହା ବ୍ୟତୀତ ଆରୋଗ୍ୟ ହାରରେ ମଧ୍ୟ ଉନ୍ନତି ଘଟିଛି।

Comments are closed.