Latest Odisha News

BREAKING NEWS

କବିତା:ଅବେଳାରେ ଡାକି ଦେଲି ବୋଲି


ଅକ୍ଷୟ ବେହେରା

କିଛି ଭୁଲ ରହିଗଲା କି କେଉଁଠି
ସେମିତି କେବେ ମନ କରି ନ ଥିଲି ତ
ଅବେଳର କାହିଁକି ମନ ବଳେଇଲି
ନୀରା କଣ କିଛି ବିପଦକୁ ସାମ୍ନା
କରିଛି କି?

ଏତେ ଟିକେ ପ୍ରଲୋଭନ
ମାତ୍ର କେତୋଟି ସେକେଣ୍ଡର
କଥା, ଏତେ ବ୍ୟଥା ଦେଉଛି କାହିଁକି

ମୁଁ ତ ସର୍ତ୍ତ ରଖିଥିଲି ଏ ପଥରେ
ଦେହ ନୁହେଁ ଛାଇଟିଏ ହିଁ
ପ୍ରେମ ପାଇଁ ଯଥେଷ୍ଟ..

ଛାଇଟିଏର ଯେଉଁ ଶାଶ୍ୱତତା
ତାହା ହିଁ ତ କଳୁଷିତ ଦେହର
ନିର୍ଗୁଣ ଅଂଶ

କୁହା ଯାଏ
ପ୍ରେମରେ ଯେଉଁଠି ସର୍ତ୍ତ
ସେ ନୁହେଁ ପ୍ରେମ
ମୁଁ କିନ୍ତୁ ନୁହେଁ ଏକମତ..

ମୋ ବିଚାରରେ ପ୍ରେମରେ
ରହିବା ଭଲ, କିଛିକିଛି ସର୍ତ୍ତ l

ମୋ :୯୪୩୭୨୭୯୯୪୧

Leave A Reply

Your email address will not be published.