Latest Odisha News

BREAKING NEWS

ଓଲଟିଲା କପା ବୋଝେଇ ଟ୍ରାକ୍ଟର, ୨ ମୃତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା କ୍ରିକାଲୁପାଡୁ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଲା କପା ବୋଝେଇ ଟ୍ରାକ୍ଟର । ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ଏହି ଟ୍ରାକ୍ଟରଟି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା କ୍ରିକାଲୁପାଡୁ ଗାଁ ନିକଟରେ ଓଲଟି ପଡିଛି । ବିଳମ୍ବିତ ରାତିରେ ଟ୍ରାକ୍ଟରଟି ମାଝିଗୁଡା ଗାଁରୁ ବେଲକଣା ଗାଁକୁ ଯାଉଥିବା ବେଳେ ଅଧାରାସ୍ତାରେ ମାତ୍ରାଧିକ ଲୋଡ଼ ଯୋଗୁଁ ଟ୍ରାକ୍ଟରଟି ଓଲଟି ପଡିଥିବା ସୂଚନା। ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଶ୍ରମିକ ଗୁରୁତର ଆହତ ହୋଇଥିଲେ।

ତାଙ୍କୁ ଉଦ୍ଧାର କରାଯାଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେହିପରି ଦୁର୍ଘଟଣାରେ ଅନ୍ଯ ଦୁଇ ଜଣ ମହିଳା ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ମଧ୍ୟ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.