Latest Odisha News

ଘନ କୁହୁଡି ଯୋଗୁଁ ଓଲଟିଲା ଗ୍ୟାସ ଟ୍ୟାଙ୍କର

ଖଲ୍ଲିକୋଟ: ଘନ କୁହୁଡି ଯୋଗୁଁ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର । ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଠୁବା ଗ୍ୟାସ୍‌ ଟ୍ୟାଙ୍କର ହଠାତ୍‌ ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଘନକୁହୁଡି ଯୋଗୁଁ ଏହି ଅଘଟଣ ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ  ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.