ନୂଆଦିଲ୍ଲୀ: ବଲିଉଡ ଦବାଙ୍ଗ ବଏ୍ ସଲମାନ ଖାନ ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣରୁ ସର୍ବଦା ଚର୍ଚ୍ଚାକୁ ପରିସରକୁ ଆସିଥାନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ସଲମାନଙ୍କ ଏକ ନୂତନ ପ୍ରତିଭାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସୋସିଆଲ ମିଡିଆରେ ସଲମାନଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି।
ଅଭିନୟ, ନୃତ୍ୟ, ଗୀତ ଏବଂ ହୋଷ୍ଟ ଭଳି ସବର୍ଗୁଣ ସମ୍ପନ୍ନ ଥିବା ସଲମାନ ଏବେ ତାଙ୍କର ଆଉ ଏକ ନୂତନ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହି ଭିଡିଓରେ ସଲ୍ମାନ କିଛି ରୋଷେଇ କରୁଥିବା ଦେଖିବାକୁ ମିଳିଛି। ଏଥିରେ ସଲ୍ମାନ ପିଆଜ ଆଚାର ପ୍ରସ୍ତୁତ କରୁଥିବା ନଜର ଆସିଛନ୍ତି। ଏଥିପାଇଁ ସଲ୍ମାନ ପ୍ରଥମେ ୨୫୦ ଗ୍ରାମ ପିଆଜ କାଟିଥିଲେ। ଏହା ପରେ, ସେ ଏକ ଛୋଟ ଚାମଚ ପାନମଧୁରୀ ପକାଇଥିଲେ। ଏହାପରେ ସମାନ ପରିମାଣରେ କଳାଜିରା ଓ ପିଆଜ ମଞ୍ଜି ମିଶାଇଥିଲେ। ତା’ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ମିଶାଇଥିଲେ। ଏହି ସମୟରେ ସଲମାନ ଦୁଇ ଟେବୁଲ ଚାମଚ ସୋରିଷ ତେଲ ମିଶାଇଥିଲେ।
ସଲମାନ ଖାନଙ୍କ ଏହି ଭିଡିଓ ଅଭିନେତ୍ରୀ ବିନା କାକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ତାଙ୍କର ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।
Comments are closed.