Latest Odisha News

ବାହୁଡ଼ିଲା ଶୀତ: ୧୧ ଡିଗ୍ରୀ ତଳେ ରାଜ୍ୟର ୯ଟି ସହରରେ ପାରଦ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ । ମକର ପରେ ପୁଣି ଥରେ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ୯ଟି ସହରରେ ପାରଦ ୧୧ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଫୁଲବାଣୀରେ ୬ ଡିଗ୍ରୀ ତଳକୁ ଖସିଛି ସର୍ବନିମ୍ନ ତାପମାତ୍ରା । ୫.୮ ଡିଗ୍ରୀ ସହ ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଛି ଫୁଲବାଣୀ ।

ସେହିପରି ଝାରସୁଗୁଡ଼ାରେ ୭.୬, ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୮.୫, କେନ୍ଦୁଝରରେ ୯.୯ ଡିଗ୍ରୀ ସେଲସିୟସ୍ ରହିଛି ।

ବଲାଙ୍ଗିରରେ ୧୦, ସୋନପୁରରେ ୧୦.୨, ଭବାନୀପାଟଣାରେ ୧୦.୫, ସମ୍ୱଲପୁରରେ ୧୦.୮ ଡିଗ୍ରୀ ସେଲସିୟସକୁ ଖସିଛି ପାରଦ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହୋଇଛି । ଏହି ସମୟରେ କଟକରେ ୧୫ ଓ ଭୁବନେଶ୍ୱରରେ ରାତିରେ ତାପମାତ୍ରା ରହିଥିଲା ୧୬ ଡିଗ୍ରୀ ସେଲସିୟସ୍ ।

Leave A Reply

Your email address will not be published.