Latest Odisha News

କରୋନା ଟିକା ନେବା ପରେ ଦିଲ୍ଲୀରେ ୫୧ ଜଣଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଗତକାଲି ଦେଶବ୍ୟାପୀ କରୋନା ଟିକାକରଣ କରାଯାଇଛି। ସୂଚନାନୁସାରେ, ଟିକାକରଣର ପ୍ରଥମ ଦିନରେ ପ୍ରାୟ ୧.୯୧ ଲକ୍ଷ ଲୋକଙ୍କୁ ପ୍ରଥମ ପର୍ଯ୍ୟାୟ ଟିକା ଦିଆଯାଇଛି।

ତେବେ ଏହି ଟିକା ନେବା ପରେ ରାଜଧାନୀ ଦିଲ୍ଲୀରେ ୫୧ ଜଣଙ୍କ ଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ସୂଚନା ମିଳିଛି।ସେମାନଙ୍କ ମଧ୍ୟରୁ ଜଣଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଛି।

ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଲ୍ଲୀରେ ଅଞ୍ଚଳରେ ୧୧ଟି ପାର୍ଶ୍ଵ ପ୍ରତିକ୍ରିୟା ମାମଲା ସାମ୍ନାକୁ ଆସିଛି। ସେପଟେ ଚରକ ପାଳିକା ହସ୍ପିଟାଲର ଦୁଇ ଜଣ ସ୍ବାସ୍ଥ୍ୟକର୍ମୀ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ଏଇଏଫଆଇ ତତ୍ବାବଧାନରେ ରଖାଯାଇଥିଲା । ସୁସ୍ଥ ଅନୁଭବ କରିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିବା ସୂଚନା।

Comments are closed.