Latest Odisha News

BREAKING NEWS

କଟକ ନୁହେଁ ଭୁବନେଶ୍ୱରରେ ରାହୁଲଙ୍କ ଜନ ସମାବେଶ: ନିରଞ୍ଜନ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ନେଇ ଶନିବାର ଦିନ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାହୁଲ ଗାନ୍ଧୀ ପ୍ରଥମେ କଟକର ଗଡଗଡିଆ ଘାଟ ସ୍ଥିତ ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ଏକ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁଯାୟୀ ପାର୍ଟି ସୁପ୍ରିମୋ ତମାଣ୍ଡୋ ନିକଟସ୍ଥ ଷ୍ଟାଡିୟମ୍ ନଚେତ୍ ବରମୁଣ୍ଡା ନିକଟରେ ଆୟୋଜିତ ଏକ ସଭାରେ ଦଳୀୟ କର୍ମୀଙ୍କୁ ସମ୍ବୋଦ୍ଧନ କରିବେ ।

ସେ ଆହୁରି ମଧ୍ୟ କହିଛନ୍ତି “ଏହି ଜନସଭାକୁ ସମ୍ବୋଦ୍ଧିତ କରିବା ସହ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏବଂ ନାଗରିକ ସମାଜର ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତାଙ୍କର କାର୍ଯ୍ୟକ୍ରମ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ” ।

ରାହୁଲ ଗାନ୍ଧୀ ଜାନୁଆରୀ ୨୫ ତାରିଖ ଦିନ ସକାଳ ୧୦ଟା ବେଳକୁ ରାଜଧାନୀ ଭୁବନେଶ୍ୱରରେ ଆସି ପହଞ୍ଚିବେ ।

ଓପିସିସି ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଫେବୃଆରୀ ମାସରେ ପୁନର୍ବାର ଓଡିଶା ଗସ୍ତରେ ଆସିବେ । ଏଥିସହିତ ସେ ଦକ୍ଷିଣ ଓ ପଶ୍ଚିମ ଓଡିଶାର କିଛି ଜିଲ୍ଲା ଗସ୍ତ କରିବା ସହିତ ଆୟୋଜିତ ହୋଇଥିବା ସାର୍ବଜନିକ ବୈଠକରେ ମଧ୍ୟ ଯୋଗ ଦେବେ ।

Leave A Reply

Your email address will not be published.