Latest Odisha News

ଚିତ୍ରକୋଣ୍ଡାରୁ ୯୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି: ରାଜ୍ୟରେ ବଢ଼ି ଚାଲିଛି ଗଞ୍ଜେଇ ଚୋରା ଚାଲଣ । ମାଲକାନଗିରି ଜିଲ୍ଲାରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ପିକଅପ ଭ୍ୟାନରୁ ୩୦ ପ୍ୟାକେଟ୍ ଜବତ କରିଛି ଚିତ୍ରକୋଣ୍ଡା ଥାନା ପୋଲିସ । ଜବତ ଗଞ୍ଜେଇର ଓଜନ ୯୦୦ କିଲୋ । ଯାହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷରୁ ଅଧିକ ଟଙ୍କା ହେବ ।

ଗତକାଲି ରାତିରେ ପାଟ୍ରୋଲିଂ ବେଳେ ଧରା ପଡ଼ିଥିଲା ଗଞ୍ଜେଇ ବୋଝେଇ ପିକଅପ୍ ଭ୍ୟାନ୍ । ଚିତ୍ରକୋଣ୍ଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଟିମ ଚିତ୍ରକୋଣ୍ଡା-ଜାନବାଇ ରାସ୍ତାରେ  ପେଟ୍ରୋଲିଂ କରୁଥିଲା ।

ଜାନବାଇ ପଟରୁ  ଆସୁଥିବା ଗାଡ଼ିକୁ ଯାଞ୍ଚ ବେଳେ ଜବତ ହୋଇଥିଲା ବିପୁଳ ପରିମାଣର ଗଞ୍ଜେଇ । ଗାଡ଼ି ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଏସବୁ ଗଞ୍ଜେଇ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିଲା ।

 

Leave A Reply

Your email address will not be published.