Latest Odisha News

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା କମଲ ହାସନ

ନୂଆଦିଲ୍ଲୀ: ବଲିଉଡ୍ର ଲୋକପ୍ରିୟ ତଥା ଜଣାଶୁଣା ଅଭିନେତା କମଲ ହାସନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ଏହି ସୂଚନା ତାଙ୍କ ଦୁଇ ଝିଅ ଅଭିନେତ୍ରୀ ଶ୍ରୁତି ହାସନ ଏବଂ ଅକ୍ଷରା ହାସନ ଦେଇଛନ୍ତି। ଶ୍ରୁତି ଏବଂ ଅକ୍ଷରା ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବିବୃତ୍ତି ପ୍ରକାଶ କରିଛନ୍ତି ଯେ ତାଙ୍କ ପିତା କମଲ ହାସନଙ୍କର ଏକ ଜରୁରୀ ଅସ୍ତ୍ରୋପଚାର କରାଯାଇଛି।

ଏହାସହିତ ସେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ‘ଚିକିତ୍ସା ସମୟରେ ଆମ ପିତାଙ୍କ ପାଇଁ ସମର୍ଥନ ଏବଂ ପ୍ରାର୍ଥନା କରିଥିବାରୁ ଧନ୍ୟବାଦ। ଆମେ ସମସ୍ତଙ୍କୁ ଜଣାଇ ଖୁସି ଯେ ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି। ତାଙ୍କ ପାଦରେ ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତର ଏବଂ ଡାକ୍ତରଖାନା ପରିଚାଳନା ପକ୍ଷରୁ ପିତାଙ୍କ ଯତ୍ନ ନିଆଯାଉଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଠିକ୍‌ ରହିଛି।

ଏହାଛଡା ସେ ସେ ଚାରି ରୁ ପାଞ୍ଚ ଦିନ ମଧ୍ୟରେ ଘରକୁ ଫେରିବେ ବୋଲି ମଧ୍ୟ ସୂଚନା ଦିଆଯାଇଛି। କିଛି ଦିନ ବିଶ୍ରାମ ପରେ ସେ ପୂର୍ବପରି ଲୋକଙ୍କ ସହ ଯୋଗାଯୋଗ କରିପାରିବେ। ତେବେ ଖବର ଅନୁଯାୟୀ କମଲ ହାସନ କିଛି ବର୍ଷ ପୂର୍ବେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ ବର୍ତ୍ତମାନ ଅସ୍ତ୍ରୋପଚାର କରିବାକୁ ପଡିଛି।
Leave A Reply

Your email address will not be published.