Latest Odisha News

BREAKING NEWS

ଦେଶରେ ୧୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ କରୋନା ଟିକାକରଣ ଜାରି ରହିଛି । ଅନ୍ୟପଟେ ହ୍ରାସ୍ ପାଉଥିବା ସଂକ୍ରମିତଙ୍କ ସଂଖ୍ୟା ଆଶ୍ୱସ୍ତି ଆଣିଛି । ଦୈନିକ କରୋନା ସଂକ୍ରମଣ ୧୦ ହଜାର ତଳକୁ ଖସିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣର ୯ ହଜାର ୧୦୨ଟି ମାମଲା ସାମନାକୁ ଆସିଛି । ଏଥିସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୭୬ ହଜାର ୮୩୮କୁ ବୃଦ୍ଧି ପାଇଛି ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଆରୋଗ୍ୟ ହାର୍ ଅଧିକ ରହିଛି । ଗତ ୨୪ ଘଣ୍ଟାରେ ୧୫ ହଜାର ୯୦୧ ଜଣ କରୋନାରୁ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଗତ ୨୪ ଘଣ୍ଟାରେ ୧୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଯାବତ୍ ୧ କୋଟି ୩ ଲକ୍ଷ ୪୫ ହଜାର ୯୮୫ ଜଣ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୫୮୭ରେ ପହଞ୍ଚିଛି ।

ଅନ୍ୟପଟେ ଜାନୁଆରୀ ୧୬ରୁ ଦେଶବ୍ୟାପୀ କୋଭିଡ୍ ଟିକାକରଣ ଜାରି ରହିଛି । ୨୫ ତାରିଖ ସୁଦ୍ଧା ୧୯ ଲକ୍ଷ ୫୦ ହଜାର ୧୮୩ ଜଣ ପ୍ରଥମ ପର୍ଯ୍ୟାୟରେ ଟିକା ନେଇଛନ୍ତି । ଗତ ୨୪ ଘଣ୍ଟାରେ ୩ ଲକ୍ଷ ୩୪ ହଜାର ୬୭୯ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି । କର୍ଣ୍ଣାଟକରେ ସର୍ବାଧିକ ୨ ଲକ୍ଷ ୩୦ ହଜାର ୧୧୯ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଥିବା ବେଳେ ଡାମନ ଡିଉରେ ସବୁଠୁ କମ୍ ୩୨୦ ଜଣ ଭ୍ୟାକ୍ସିନ୍ ନେଇଛନ୍ତି ।

Leave A Reply

Your email address will not be published.