Latest Odisha News

BREAKING NEWS

ବ୍ରହ୍ମପୁରରେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ 

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ । ଜିଲ୍ଲା ସଦର ଥାନା ପକ୍ଷରୁ ସୁକୁଣ୍ଡା ଗାଁରେ ଚଢାଉ କରାଯିବା ବେଳେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ନକଲି କୋଲ୍ଡ ଡ୍ରିଙ୍କସ୍ ଜବତ କରିଛି ପୋଲିସ । ଏହାସହ ଲକ୍ଷ ଲକ୍ଷ ଟଙ୍କାର ମେସିନ ମଧ୍ୟ ଜବତ ହୋଇଛି ।

ଦୀର୍ଘଦିନ ହେଲା ଏହି ସ୍ଥାନରେ ନକଲି କାରଖାନା ଚାଲିଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା । ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏଠାରେ ଚଢାଉ କରାଯାଇଥିଲା । ଚଢାଉରେ ବିପୁଳ ପରିମାଣରେ ନକଲି ସାମଗ୍ରୀ ଜବତ ହୋଇଛି ।

 

Leave A Reply

Your email address will not be published.