ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ । ଏହା ଫେବ୍ରୁଆରୀ ୯ ତାରିଖ ଯାଏଁ ଚାଲିବ । ଦିନ ୧୧ଟାରୁ ସନ୍ଧ୍ୟା ୭ଟା ଯାଏଁ ମେଳା ଚାଲିବ ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଇ ମାର୍କେଟିଂର ବ୍ୟବସ୍ଥା କରାଯାଇଛି । କରୋନା ସଂକ୍ରମଣର ଭୟ ଥିବାରୁ ଆଗ୍ରହୀ ଗ୍ରାହକ ଘରେ ବସି ଆବଶ୍ୟକ ସାମଗ୍ରୀ କିଣିପାରିବେ । ଏଥି ପାଇଁ ୱେବସାଇଟଟି ରହିଛି www.adivasi2021.com ।
ପ୍ରବେଶ ଦ୍ୱାରରେ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି । ମୁହଁରେ ମାସ୍କ ଓ ସାମାଜିକ ଦୂରତ୍ୱ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି ।
Comments are closed.