Latest Odisha News

BREAKING NEWS

କରୋନା ଟିକା ନେବାର ୩ ଦିନ ପରେ ନୂଆପଡ଼ାର ଯୁବକ ମୃତ

ନୂଆପଡ଼ା: କୋଭିଡ୍ ଟିକା ନେବାର ୩ ଦିନ ପରେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ୨୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ବୁର୍ଲା ଭୀମସାରରେ ହୋଇଥିବା ଜଣାପଡ଼ିଛି । ତେବେ, ଯୁବକଙ୍କ ମୃତ୍ୟୁ ଭ୍ୟାକ୍ସିନ୍ ପାଇଁ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।

ମୃତ ଯୁବକ ଜଣଙ୍କ ନୂଆପଡ଼ା ଜିଲ୍ଲା ଦିଆନମୁଣ୍ଡା ଗାଁର ନନିକରାମ କେଉଟ ବୋଲି ଜଣାପଡ଼ିଛି । ସେ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ସୂଚନା ଅନୁସାରେ, ତାଙ୍କୁ ଜାନୁଆରୀ ୨୩ ତାରିଖରେ କୋଭିଡ୍ ଟିକା ଦିଆଯାଇଥିଲା । ସେ ରକ୍ତସ୍ରାବ ଜନିତ ରୋଗ, ରକ୍ତହୀନତା ଭଳି ରୋଗରେ ଆକ୍ରାନ୍ତ ଥିଲେ ।

ଟିକାକରଣ ପରେ ଯୁବକ ଜଣଙ୍କୁ ନୂଆପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ବିଗିଡ଼ାବାରୁ ତାଙ୍କୁ ଭିମସାର୍ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଛି ।

ପୂର୍ବରୁ କୋଭିଡ୍ ଟିକା ନେବାପରେ ବିଜେପୁରର ୫୯ ବର୍ଷୀୟା ଆଇସିଡିଏସ୍ ସୁପରଭାଇଜର, ବରଗଡ଼ର ୨୭ ବର୍ଷୀୟା ନର୍ସ, ଜଗତସିଂହପୁରର ୪୫ ବର୍ଷୀୟା ଆଶା କର୍ମୀଙ୍କ ଠାରେ ଟିକାକରଣ ପରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

Leave A Reply

Your email address will not be published.