Latest Odisha News

BREAKING NEWS

ମେଘାଳୟ ଖଣି ଧସିବା ଘଟଣା: ମାସକ ପରେ ନୌସେନା ଦ୍ୱାରା ପ୍ରଥମ ମୃତଦେହ ଉଦ୍ଧାର

ମେଘାଳୟ : ମେଘାଳୟ ଇଷ୍ଟ ଜୟନ୍ତିଆ ହିଲସ କୋଇଲା ଖଣିରେ ଫସି ରହିଥିବା ୧୫ ଜଣ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୧ ମାସ ପରେ ନୌସେନା ପକ୍ଷରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।

ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଏବେବି ଅପରେସନ୍ ଜାରି ରହିଥିବା ବେଳେ ପ୍ରାୟ ୨୦୦ ଫୁଟ ତଳୁ ନୌସେନା ବୁଡାଳୀ ମାନେ ମୃତକଙ୍କୁ ଠାବ କରିଥିଲେ ଏବଂ ଏଯାବତ୍ ଉଦ୍ଧାର ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା, ଏନଡିଆରଏଫ୍, ଓଡ଼ିଶାର ଅଗ୍ନିଶମ ବିଭାଗର ୨୦ ଜଣିଆ ଟିମ ସହ ଆହୁରି ଅନେକ ଉଦ୍ଧାରକାରୀ ଦଳ ନିୟୋଜିତ ରହିଛନ୍ତି ।

ଆହୁରି ମଧ୍ୟ ଫସି ରହିଥିବା ଶ୍ରମିକମାନେ ଜୀବିତ ରହିଥିବା କ୍ଷୀଣ ଆଶା ନେଇ ପ୍ରାୟ ୩୭୦ ଫୁଟ ତଳୁ ପାଣି ନିଷ୍କାସନ କରିବାର ପ୍ରୟାସ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ ।

ସୂଚନାଯୋଗ୍ୟ ଗତ ଡିସେମ୍ବର ୧୩ ତାରିଖରେ ଶ୍ରମିକମାନେ ଉକ୍ତ ଖଣିରେ କାମ କରୁଥିବା ବେଳେ ହଠାତ ପାଣି ପଶିଯାଇଥିଲା । ଫଳରେ ଖଣି ମଧ୍ୟରେ ୧୫ ଜଣ ଶ୍ରମିକ ଫସି ରହିଯାଇଥିଲେ ।

ଅଧିକ ପଢନ୍ତୁ:- ମେଘାଳୟ ଖଣି ଧସିବା ଘଟଣା, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲେ ଓଡିଶା ଅଗ୍ନିଶମ ବିଭାଗ

Leave A Reply

Your email address will not be published.