Latest Odisha News

BREAKING NEWS

ଫେବ୍ରୁଆରୀ ୧ରେ ସ୍ଥଳସେନାର ଉପ-ସେନା ମୁଖ୍ୟ ଭାବେ ଦାୟିତ୍ୱ ନେବେ ଚଣ୍ଡିପ୍ରସାଦ ମହାନ୍ତି

ନୂଆଦିଲ୍ଲୀ : ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଫେବ୍ରୁଆରୀ ପହିଲାରେ ସ୍ଥଳ ସେନାର ଉପ- ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ବର୍ତ୍ତମାନ ସଦର୍ଣ୍ଣ ଆର୍ମୀ କମାଣ୍ଡର ଅଛନ୍ତି ।

ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ୧୯୮୨ ମସିହାରେ ରାଜପୁତ ରେଜିମେଣ୍ଟରେ ସେକେଣ୍ଡ ଲେଫ୍ଟନାଣ୍ଟ ଭାବେ ଯୋଗ ଦେଇଥିଲେ । ଏଠାରୁ ହିଁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ନିଜର ୩୮ ବର୍ଷର କ୍ୟାରିଅରରେ ପାକିସ୍ତାନ ଓ ଚୀନ ସୀମା ସହିତ ଅନେକ ଅପରେସନରେ ସେ ଫ୍ରଣ୍ଟ୍ ଲାଇନ୍‌ରେ ରହି ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । 

କେବଳ ସେତିକି ନୁହେଁ ସେ ଆସାମରେ ଏନଡିଏଫବି ଓ ଉଲଫା ଉଗ୍ରବାଦୀଙ୍କ ବିରୋଧରେ ହୋଇଥିବା ‘ଅପରେସନ ଅଲ କ୍ଲିୟର’ ଅଭିଯାନରେ ନିଜ ବାଟାଲିୟନର ନେତୃତ୍ଵ ମଧ୍ୟ ନେଇଥିଲେ ।

ଚୀନ ସଂଲଗ୍ନ ଏଲଏସିକ ପ୍ରଥମ ଦୁଇ ବ୍ରିଗେଡ୍ କମାଣ୍ଡ ସମ୍ଭାଳିବାର ଉପଲବ୍ଧି ହାସଲ କରିଛନ୍ତି । ସେ କଙ୍ଗୋ ବହୁରାଷ୍ଟ୍ରୀୟ ଜାତିସଂଘର ବ୍ରିଗେଡ୍ ପ୍ରମୁଖ ଭାବେ ମନୋନୀତ ହୋଇଛନ୍ତି । ସେଠାରେ ସେ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ବିରୋଧରେ ଅନେକ ଅପରେସନର ସଫଳତାପୂର୍ବକ ନେତୃତ୍ଵ ନେଇଛନ୍ତି । 

୨୦୧୪ରେ ଜାତିଗତ ହିଂସାକାଣ୍ଡ ତୁରନ୍ତ ପରେ କାଉଣ୍ଟର ଏମରଜେନ୍ସି ଅପରେସନରେ ଆସାମରେ ଏକ ଡିଭିଜନର କମାଣ୍ଡ ସମ୍ଭାଳିଛନ୍ତି। ଏହାସହିତ,  ନୂଆଦିଲ୍ଲୀ ଆର୍ମି ମୁଖ୍ୟାଳୟରେ ଲଜିଷ୍ଟିକ୍ ଓ ଷ୍ଟ୍ରାଟେଜିକ ମୁଭମେଣ୍ଟରେ ମହାନିର୍ଦ୍ଦେଶକ ଭାବେ ସମ୍ମାନଜନକ ପଦବୀରେ ସେ ନିଯୁକ୍ତ ହୋଇଥିଲେ । ଜେନେରାଲ ମହାନ୍ତି ସିକ୍କିମର ଡୋକଲାମରେ ୨୦୧୮ରେ ଚୀନ ସହ ଦୀର୍ଘ ଦିନ ଧରି ଜାରି ଉତ୍ତେଜନାମୂଳକ ପରିସ୍ଥିତି ସମୟରେ ସେନାର କମାଣ୍ଡାଣ୍ଟ ପଦରେ ରହି ସମସ୍ୟାର ସମାଧାନ ଦିଗରେ ନିଜର ବଳିଷ୍ଠ ଯୋଗଦାନ ଦେଇଥିଲେ । 

Comments are closed.