Latest Odisha News

BREAKING NEWS

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୫.୮୮ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ସହିତ ମୁକାବିଲା ପାଇଁ ବିଶ୍ୱର ଅନେକ ଦେଶରେ ଟିକାକରଣ ପ୍ରକ୍ରିୟା ଚାଲିଛି। କରୋନାକୁ ପରାସ୍ତ କରିବାକୁ ସମସ୍ତ ପ୍ରୟାସ କରାଯାଉଛି। ଏଥି ସହିତ ସାରା ବିଶ୍ୱରେ କରୋନା ମାମଲା ମଧ୍ୟ ବଢିବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୫ ଲକ୍ଷ ୮୮ ହଜାର ୭୫୦ ନୂତନ କରୋନା ମାମଲା ରିପୋର୍ଟ ହୋଇଛି। ଏହା ପରେ ମୋଟ ମାମଲା ୧୦ କୋଟି ୧୯ ଲକ୍ଷ ୯୮ ହଜାର ୯୭୯ କୁ ବୃଦ୍ଧି ପାଇଛି ଏବଂ ଏପର୍ଯ୍ୟନ୍ତ ୨୧ ଲକ୍ଷ ୯୮ ହଜାର ୯୮୦ ଲୋକ କରୋନାରୁ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୧୬ ହଜାର ୦୩୫ ଲୋକଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.