Latest Odisha News

BREAKING NEWS

ରାଜ୍ୟ ଭାବେ କୋଭିଡ୍ ଟିକାକରଣରେ ପ୍ରଥମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଟିକାକରଣ ମାତ୍ରା ବଢ଼ିଛି । କୋଭିଡ୍ ଟିକାକରଣରେ ରାଜ୍ୟ ଭାବେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପ୍ରଥମ ସ୍ଥାନରେ ଥିବା ଲାକ୍ଷାଦ୍ୱୀପ କେନ୍ଦ୍ର ଶାସିତ ଅଞ୍ଚଳ । ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଭଲ୍ ସ୍ଥିତିରେ ଥିବା ସେ କହିଛନ୍ତି ।

ପ୍ରଥମ ଯେଉଁ ସ୍ୱାସ୍ଥ୍ୟ କର୍ମୀ ଦାବି ନେଇ ଟିକା ନେଉ ନଥିଲେ, ସେମାନେ ଗତକାଲିଠାରୁ ଟିକା ନେବା ଆରମ୍ଭ କରିଛନ୍ତି । ଗୁରୁବାର ସୁଦ୍ଧା ରାଜ୍ୟରେ ୧ ଲକ୍ଷ ୯୪ ହଜାର ୫୮ ଜଣ କୋଭିଡ୍ ଟିକା ନେଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ରାଜ୍ୟରେ ଆଉ ୧ ଲକ୍ଷ ୪୪ ହଜାର ୬୪୨ ଜଣ ସ୍ୱାସ୍ଥ୍ୟକର୍ମୀ ବାକି ଅଛନ୍ତି । ସେମାନଙ୍କୁ ପରେ କୋଭିଡ୍ ଟିକା ଦିଆଯିବ ।

ପଲସ ପୋଲିଓ କାର୍ଯ୍ୟକ୍ରମ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୨ ଯାଏ ଚାଲିବ । ଏହି ତିନି ଦିନ କୋଭିଡ୍ ଟିକାକରଣ ବନ୍ଦ ରହିବ । ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରଥମ ଡୋଜ୍ କୋଭିଡ୍ ଟିକା ଦିଆଯାଇ ସାରିଥିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.