Latest Odisha News

BREAKING NEWS

ଚହଲଙ୍କ ଘାତକ ବୋଲିଂରେ କଙ୍ଗାରୁ ଧରାଶାୟୀ, ଭାରତର ବିଜୟ ଲକ୍ଷ୍ୟ ୨୩୧ ରନ

ମେଲବୋର୍ଣ୍ଣ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଉଥିବା ୩ୟ ତଥା ଚୂଡ଼ାନ୍ତ ଦିନିକିଆରେ ଘରୋଇ କଙ୍ଗାରୁ ଦଳକୁ ମାତ୍ର ୨୩୦ ରନ ସ୍କୋରରେ ଅଟକାଇ ବିରାଟ ବାହିନୀ ଏକ ସହଜ ବିଜୟ ଲକ୍ଷ୍ୟ ପଛରେ ବ୍ୟାଟିଂ ଆରମ୍ଭ କରିଛି । ୟୁଜବେନ୍ଦ୍ର ଚହଲଙ୍କ ବୋଲିଂ କଙ୍ଗାରୁ ଦଳ ଲାଗି ଘାତକ ସାବ୍ୟସ୍ତ ହୋଇଛି ଚହଲ୍ ୬ଟି ୱିକେଟ ହାସଲ କରି ଅଷ୍ଟ୍ରେଲିଆ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି ।

ଭାରତୀୟ କପ୍ତାନ ବିରାଟ କୋହଲୀ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଭାରତୀୟ ବୋଲରମାନେ ଘାସୁଆ ପିଚର ସଦୁପଯୋଗ ତଥା ବାଉନସିଂର ସୁଯୋଗ ନେଇଥିଲେ । ଅଷ୍ଟ୍ରେଲିଆର ୧୦୦ ରନ ମଧ୍ୟରେ ମୂଲ୍ୟବାନ ୩ଟି ୱିକେଟ ହାସଲ କରିପାରିଥିଲେ ଭାରତୀୟ ବୋଲର୍ । ଅଷ୍ଟ୍ରେଲିଆ ପକ୍ଷରୁ ପିଟର୍ ହ୍ୟାଣ୍ଡସ୍କମ୍ବ ସର୍ବାଧିକ ୫୮ ରନ, ସନ୍ ମାର୍ଶ ୩୯, ଉସମାନ ଖ୍ୱାଜା ୩୪ ରନ ସ୍କୋର କରିପାରିଥିଲେ । କଙ୍ଗାରୁ ଦଳ ୪୮.୪ ଓଭରରେ ଅଲଆଉଟ ହୋଇ ମୋଟ ୨୩୦ ରନ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା ।

ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୬ଟି ୱିକେଟ, ଭୁବନେଶ୍ୱର କୁମାର ୨ଟି ଏବଂ ମହମ୍ମଦ ସାମି ୨ଟି ୱିକେଟ ହାସଲ କରିପାରିଛନ୍ତି ।

ଭାରତ ୨୩୧ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ବ୍ୟାଟିଂ ଆରମ୍ଭ କରିଛି । ଭାରତ ଏପର୍ଯ୍ୟନ୍ତ ଗୋଟିଏ ୱିକେଟ ହରାଇ ୧୫ ରନ କରିପାରିଛି ।

ଭାରତୀୟ ଦଳ: ରୋହିତ ର୍ଶମା, ଶିଖର ଧାଓ୍ଵନ, ବିରାଟ କୋହଲି, ମହନେ୍ଦ୍ର ସିଂହ ଧୋନି, କଦୋର ଯାଦବ, ଦୀନଶେ କାର୍ତ୍ତିକ, ବିଜୟ ଶଙ୍କର, ରବୀନ୍ଦ୍ର ଜାଦଜୋ, ଭୁବନଶେ୍ୱର କୁମାର, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ।

Leave A Reply

Your email address will not be published.